କଳାହାଣ୍ଡି, ଧର୍ମଗଡ ଉପଖଣ୍ଡ ୦୩/୧୧: କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ, ବେହେରାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହେବାକୁ ଥିବା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବର ଭୂମି ପୂଜନ ତଥା ଶୁଭ ଖମ୍ବ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଦଣ୍ଡପାଟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଦନ୍ତେଶ୍ଵରୀଙ୍କୁ ପୂଜାର୍ଚ୍ଚନା କଲା ପରେ ହାଇସ୍କୁଲ ପଡିଆରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବର ଶୁଭ ଖମ୍ବ ସ୍ଥାପନ କରାଯାଇଥିଲା। କର୍ତ୍ତା ଭାବରେ କ୍ଷୀରସିନ୍ଧୁ ବାଗ ଏବଂ ତାଙ୍କ ଧର୍ମ ପତ୍ନୀ ରିତାଞ୍ଜଳି ବାଗ ରହିଥିବା ବେଳେ ଜଗନ୍ନାଥ ମନ୍ଦିର ପୂଜକ ମୋହନ ତିୱାରୀ, ଦେବୀ ଦନ୍ତେଶ୍ଵରୀ ପୂଜକ ସାହିଲ ନାଏକ ଏବଂ ମାଟି ପୁଝାରୀ ଶଶିଧର ପୂଝାରୀ ଉପସ୍ଥିତ ରହି ପୂଜା କାର୍ଯ୍ୟ ସଂପନ୍ନ କରିଥିଲେ। ଏହି ଭୂମି ପୂଜନ ଓ ଶୁଭ ଖମ୍ବ ସ୍ଥାପନ ସମୟରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ପାଳନ କମିଟିର ସଭାପତି ଲଳିତ ବାଣୁଆଙ୍କ ସହ ବିନ୍ଦୁସାର ବିଶି, ଭବେସ ଗଏନ୍ତା, ତରେସ ବିଶି, ଗୁଣନିଧି ନାଗ, ଭବାନୀ ବାରିକ, ପ୍ରକାଶ ସାହୁ, ପ୍ରଭାତ ତିୱାରୀ, ହୁକିମ ବିଶି ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଗ୍ରାମର ଘନଶ୍ୟାମ ପଟେଲ, ଜୟଚନ ନାଏକ, ମଣ୍ଟୁ ଅଗ୍ରୱାଲ, ନରେନ୍ଦ୍ର ବିଶି, ତୁଳସୀ ରାମ ବାରିକ, ଚୌବନ ନାଏକ ପ୍ରମୁଖ ସାମିଲ୍ ରହିଥିଲେ। ଏହି ପ୍ରସିଦ୍ଧ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୫ ଡିସେମ୍ବର ଠାରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କଂସ ଭୂମିକାରେ ଗୋପାଲ ପଣ୍ଡା ରହିଥିବା ବେଳେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୂଆ ନୂଆ ବିଶିଷ୍ଟ କଣ୍ଠଶିଳ୍ପୀ ଓ କଳାକାର ମାନଙ୍କ ସମାବେଶ , ମିନା ବଜାର , ଅନେକ ଦୋକାନ ବଜାରର ଆକର୍ଷଣ ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବର ଭୂମି ପୂଜନ ଓ ଶୁଭ ଖମ୍ୱ ସ୍ଥାପନ
Wednesday, December 03, 2025
0

Tags