ଉଲୁଣ୍ଡା ୦୪/୧୨ (ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୀମଭୋଇ ଜନ୍ମଗ୍ରାମ ହାଇସ୍କୁଲ କୁମାରକେଲିର ବାର୍ଷିକ କ୍ରୀଡା ଉତ୍ସବ -୨୦୨୫ ଗୁରୁବାର ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଏକ ଦିବସୀୟ କ୍ରୀଡା ପ୍ରତିଯୋଗିତାକୁ ସ୍କୁଲ ର ପ୍ରାକ୍ତନ ଛାତ୍ର ତଥା ଭାରତୀୟ ସେନା ବାହିନୀର ଅବସର ପ୍ରାପ୍ତ ସେନା ଅଧିକାରୀ ପ୍ରମୋଦ କୁମାର ଶତପଥୀ ଉଦ୍ଘାଟନ କରିଥିଲେ ଓ ଉଦଯାପନୀ ଉତ୍ସବରେ ସ୍କୁଲ ପରିଚାଳନା କମିଟିର ସଭାପତି କ୍ଷମାନିଧି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଉଭୟ ସଭାରେ ସ୍କୁଲର ପ୍ରଧାନଶିକ୍ଷକ ଜୟରାମ ତ୍ରିପାଠୀ ସଭାପତିତ୍ବ କରି ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରି ସଫଳତା ପାଇବା ସହ ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ। ସ୍କୁଲର ଅବସର ପ୍ରାପ୍ତ ଖେଳ ଶିକ୍ଷକ ଇନ୍ଦ୍ରମଣି ପ୍ରଧାନ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନରୁଚି ଭୋଇଙ୍କ ନେତୃତ୍ବରେ ସମସ୍ତ କ୍ରୀଡା ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷକ ଜୟ କିଶାନ ଶର୍ମା, ରଞ୍ଜନ ପ୍ରଧାନ, ପ୍ରାକ୍ତନ ଛାତ୍ର ଫିରୋଜ ବେହେରା,ଅଜିତ ବେହେରା ପରିଚାଳନା କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ସମୟରେ ସ୍କୁଲର ବରିଷ୍ଠ ସହାୟକ ବରୁଣ ବେହେରା, ଅନ୍ୟାନ୍ୟ କର୍ମଚାରୀ ଓ ପାଚିକା ମାନଙ୍କ ସହାୟତାରେ ପ୍ରସ୍ତୁତ ଏକ ମନୋରମ ପରିବେଶରେ ଭୋଜନ କରି ଛାତ୍ରଛାତ୍ରୀମାନେ କ୍ରୀଡା ସହିତ ବଣଭୋଜିର ମଜା ମଧ୍ୟ ଉପଲବ୍ଧି କରିଥିଲେ।ସମସ୍ତ କାର୍ଯ୍ୟକ୍ରମ ସ୍କୁଲ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ବାଚସ୍ପତି ପଣ୍ଡାଙ୍କ ଦିଗଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫଳତା ର ସହ ସମ୍ପାଦନ ହୋଇଥିଲା।
"କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର" ଭୀମଭୋଇ ଜନ୍ମଗ୍ରାମ ହାଇସ୍କୁଲ କୁମାରକେଲିର ବାର୍ଷିକ କ୍ରୀଡା ଉତ୍ସବ ଉଲ୍ଲାସମୟ ଭାବେ ପାଳନ
Thursday, December 04, 2025
0

Tags