ଯାଦବ ଭବନ ରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

ଆଜତକ ଓଡ଼ିଶା
0

ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ ଅର୍ଶାତୁଲା ପଞ୍ଚାୟତ ଅନ୍ତର୍ଗତ କୁର୍ଡିଆମୁଣ୍ଡା ଗ୍ରାମରେ ଥିବା ସରକାରୀ ଅଙ୍ଗନବାଡ଼ି କେନ୍ଦ୍ର ଦୀର୍ଘ ଦିନ ରୁ କାମ ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ପୂର୍ବରୁ ହରିଜନ ପଡା କ୍ଲବ୍ ଘରେ  ଅଙ୍ଗନବାଡି କେନ୍ଦ୍ର ଛୁଆ ମାନଙ୍କୁ ଶିକ୍ଷା ପ୍ରଦାନ କରା ଯାଉଥିଲା ବର୍ତ୍ତମାନ ଯାଦବ ଭବନରେ ଚାଳିଛି ଅଙ୍ଗନବାଡ଼ି କେନ୍ଦ୍ର। ଅଭିଯୋଗ ଅନୁଯାଇ ପ୍ରାୟ ଦୁଇବର୍ଷ ଆଗରୁ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ କୋଠା ନିର୍ମାଣ ହୋଇ ଛାତ  ପଡ଼ିବା ସହ ବାହାରେ ପ୍ଲାଷ୍ଟର କାମ ମଧ୍ୟ ସରିଯାଇଥଲା। କିନ୍ତୁ ଦୁର୍ଭାଗ୍ୟ ବଶତଃ ଆଉ କାମ ଆଗେଇ ନାହିଁ ଯାହା ଫଳରେ ନୂତନ ଭାବରେ ତିଆରି ହୋଇ ଥିବା କେନ୍ଦ୍ରର ଭିତରେ ପ୍ଲାଷ୍ଟର କାମ, ଫ୍ଲୋରିଙ୍ଗ କାମ ଅଧା ପନ୍ତରିଆ ହୋଇ ଜରା ଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି ଏହି କୋଠା ଏବେ ପରିସ୍ରାଗାର ପାଲଟିଛି ଅଙ୍ଗନବାଡି କେନ୍ଦ୍ରରେ ପଢୁଥିବା ୩୭ ଜଣ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବାପାଇଁ ସୁବିଧା ହୋଇପାରି ନାହିଁ ତେଣୁ ବାଧ୍ୟ ହୋଇ ଗାଁ ରେ ତିଆରି ହୋଇ ଥିବା ଯାଦବ ଭବନ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ସ୍ଥାନ ପାଲଟିଛି ତେଣୁ ଶିଘ୍ର ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର କାମ ସମ୍ପୂର୍ଣ କରିବା ପାଇଁ ବ୍ଲକ ପ୍ରଶାସନ ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କାମ ସମ୍ପୂର୍ଣ କରିବା ପାଇଁ ଗ୍ରାମ ବାସି ଦାବି କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default