ବିଶ୍ୱ ଖାଦ୍ୟ ଦିବସ ପାଳିତ

ଆଜତକ ଓଡ଼ିଶା
0

ନୂଆପଡା ଜିଲ୍ଲା କେଶରାଜପୁର ଆଦର୍ଶ ବିଦ୍ୟାଳୟ ଠାରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଥିଲା । ବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ରକମର ଖାଦ୍ୟ ଆଣି ପ୍ରଦସନ କରିଥିଲେ । ଆଜିର ଦିନ କୁ ଚାଷୀର ଅବଦାନକୁ ମନେ ପକାଇ, ଖାଦ୍ୟ ଅପଚୟକୁ ହ୍ରାସ କରିବା ଏବଂ ଏକ ସୁସ୍ଥ ଓ ଉତ୍ପାଦନକାରୀ ଓଡ଼ିଶା ପାଇଁ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିକର ଏବଂ ନିରାପଦ ଖାଦ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉ ବୋଲି ବିଦ୍ୟାଳୟ ର ଶିକ୍ଷକ ମାନେ ମତେ ଦେଇଥିଲେ । ଏଥିରେ ବିଦ୍ୟାଳୟ ର ଅନିମା ବାରିକ,ଲିଲି ପଟେଲ, ରମ୍ଭା ବେହେରା, ଯଦୁମଣି ବାରିକ, ନରୋତ୍ତମ ବାଗ, ରଞ୍ଜନ ବଘେଲ, କ୍ଷେତ୍ର ମାଝୀ, ମନୋଜ ବେହେରା, ସାଗର ମହାନ୍ତି, ଲକ୍ଷ୍ମଣ ବରିହା, ପଙ୍କଜ ମାଝୀ,ସତ୍ୟ ପ୍ରକାଶ ଦଣ୍ଡସେନା, ସାଗର ମହାନ୍ତି, ଶୁଭଶ୍ରୀ ସାହୁ, ଶେଷରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀମାନଙ୍କ ଖାଦ୍ୟ କୁ ଦେଖି ତଦାରଖ କରୁଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default