ବରିଷ୍ଠ ନାଗରିକ ସଂଗଠନ ତରଫରୁ ମହାନଦୀ ନେତ୍ର ଚିକିତ୍ସାଳୟ ଅଧିକ୍ଷକ ଙ୍କୁ ଦାବିପତ୍ର

ଆଜତକ ଓଡ଼ିଶା
0

ବୀରମହାରାଜପୁର,୫/୧୨ (ଚୈତନ୍ୟ ଭୁକ୍ତା) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ର ଅଧିକ୍ଷକ ଙ୍କୁ ଶୁକ୍ରବାର ବରିଷ୍ଠ ନାଗରିକ ସଂଗଠନ ତରଫରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି।ଏହି ଦାବିପତ୍ରରେ ଚକ୍ଷୁ ସଂପର୍କୀତ ଔଷଧ ଓ ଚଷମା ଉପରେ ୨୦% ରିହାତି ପ୍ରଦାନ, ବରିଷ୍ଠ ନାଗରିକ ମାନଙ୍କୁ ଚିକିତ୍ସା ତଥା ଅନ୍ୟାନ୍ୟ ସେବା କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ,ପରିମଳ ଓ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା, ଚିକିତ୍ସାଳୟର ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ଆଦି ବିଷୟ ଉଲ୍ଲେଖ ରହିଛି। ବରିଷ୍ଠ ନାଗରିକ ସଂଗଠନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ବରେ ଅନୁଷ୍ଠାନ ର ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ, ପୂର୍ବତନ ସଭାପତି ଭଗବାନ ମିଶ୍ର ଓ କୃଷ୍ଣଚନ୍ଦ୍ର ପାଢ଼ୀ, ସଦସ୍ୟ ଧନୁ ପଧାନ, ଭୂଷଣ କୁମାର ପାତ୍ର,ଦ୍ବିତୀକୃଷ୍ଣ ପଣ୍ଡା, ବାସୁଦେବ ପଣ୍ଡା, ଗୋପୀନାଥ ମହାକୁର, ଅକ୍ଷୟ ମିଶ୍ର, ବଳରାମ କାଣ୍ଡ, ଜ୍ଞାନେନ୍ଦ୍ର ତ୍ରିପାଠୀ, ତ୍ରିନାଥ ମିଶ୍ର, ଅକ୍ରୂର ଦନ୍ତା, ଚମରା ମହାକୁର, ଜୀତେନ୍ଦ୍ର ପଧାନ, ସତ୍ୟ ନାରାୟଣ ନାୟକ, ଜମ୍ବେଶ୍ଵର ପଧାନ, ପ୍ରମୁଖ ସାମିଲ୍ ହୋଇଥିଲେ । ଏଇ ଉପଲକ୍ଷେ ଆୟୋଜିତ ସଭାରେ ଅଧିକ୍ଷକ ଦେବେନ୍ଦ୍ର କୁମାର ସାହୁ ଦାବିପତ୍ରକୁ ସମ୍ମାନ ଜଣାଇ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ନେତ୍ର ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ବିଭୁ ପ୍ରସାଦ ବଳିଆର ସିଂହ, କ୍ଲିନିକାଲ୍ ଷ୍ଟାଫ୍ ପ୍ରତ୍ୟୁଷ ରଞ୍ଜନ ଦାଶ, ଅମରେଶ ଦଣ୍ଡସେନା, ମନୋରଞ୍ଜନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default