ସତ୍ୟସାଇ ସେବା ସଂଗଠନ ଓଡିଶା ଆନୁକୂଲ୍ୟରେ ତାଲିମ୍ ଶିବିର

ଆଜତକ ଓଡ଼ିଶା
0

ବୀରମହାରାଜପୁର,୦୫/୧୨ (ଚୈତନ୍ୟ ଭୁକ୍ତା) ବୀରମହାରାଜପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀସତ୍ୟସାଇ ସେବା ସଂଗଠନ ଓଡିଶା ଆନୁକୂଲ୍ୟରେ CPR ତାଲିମ ଶିବିର ତରଫରୁ ଆସିଥିବା ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀସତ୍ୟସାଇ ସେବା ସଂଗଠନରୁ ଜିଲ୍ଲା ସଭାପତି ଗୁଣନିଧି ପାତ୍ର ଜିଲ୍ଲା ସଂଯୋଜକ ,ରାଧାଦତ୍ତ ମହାପାତ୍ର , ବୀରମହାରାଜପୁର ସତ୍ୟସାଇ ସମିତି ଆବାହକ ସନ୍ତୋଷ ବେହେରା ଏବଂ ଶିକ୍ଷା ସଂଯୋଜକ ବିରଞ୍ଚି ମେହେର, ଭୁବନେଶ୍ଵରରୁ ଆସିଥିବା ତାଲିମ ଶିବିରର ପ୍ରଶିକ୍ଷକ, ଆଶୁତୋଷ ସାହୁ ଓ ମାନସ ପାତ୍ର , କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପିକା ସଂଧ୍ୟାରାଣୀ ରାଉତ ଏବଂ କଲେଜର ସମସ୍ତ କର୍ମଚାରୀ ଏବଂ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ । ସଭାର ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସଂସ୍କୃତ ଅଧ୍ୟାପିକା ସନ୍ତୋଷିନୀ ନାୟକ ।

Post a Comment

0 Comments

Please Select Embedded Mode To show the Comment System.*

3/related/default