ନୂଆପଡା ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରେ ଇକ୍ରିସେଟ ଓ ୟାର ସହାୟତାରେ ସୂର୍ଯ୍ୟମୁଖୀ ବିହନ ଏବଂ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜତକ ଓଡ଼ିଶା
0


ନୁଆପଡ଼ା : ନୂଆପଡା ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରେ ଇକ୍ରିସେଟ ଓ ୟାର ସହାୟତାରେ ସୂର୍ଯ୍ୟମୁଖୀ ବିହନ ଏବଂ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଚାଷୀଙ୍କୁ ପ୍ରୋତ୍ସାହନ ଦ୍ବାରା ଅଧିକ ଅଣ ଧାନ ଚାଷ ପ୍ରତି ଆକୃଷ୍ଟ କରିବ। ମୋଟ ୫୦ ଜଣ ଚାଷୀ ଯୋଗ ଦେଇ ଜିଲ୍ଲାପାଳଙ୍କ ଠାରୁ ସହାୟତା ଗ୍ରହଣ କରିଥିଲେ। ଶ୍ରୀ ପ୍ରଦୀପ୍ତ ନାୟକ, ବିଧାୟକ ପ୍ରତିନିଧି ଭରତ ରାମ ସାହୁ; ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ ଏବଂ କୃଷି ବିଭାଗର ଅନ୍ୟାନ୍ୟ ସରକାରୀ ଅଧିକାରୀମାନଙ୍କ ସହିତ ଇକ୍ରିସ ରୁ ବୀରେନ୍ଦ୍ର ଧରୁଆ ଏବଂ ୟାର ସଭାପତି ଶ୍ରୀ ମହେନ୍ଦ୍ର କୁମାର ଯୋଶୀ, ସମ୍ପାଦକ ଶ୍ରୀ ହରିଦାସ ପଟେଲ, ଅରୁଣ ବିଶ୍ଵାଳ, ଚମ୍ପେଶ୍ୱର ପ୍ରଧାନୀ ଉପସ୍ଥିତ ଥିଲେ। ସୂର୍ଯ୍ୟମୁଖୀ ଚାଷର ଉପକାରିତା, ବିଶୁଦ୍ଧ ତେଲ ଖାଇବା, ନିରୋଗ ରହିବା ଏବଂ ଜମି ପ୍ରସ୍ତୁତ ସମୟରେ ବୋରନ୍ ବ୍ୟବହାରର ପ୍ରଣାଳୀ ଫୁଲ ସମୟରେ ବୋରନ ବ୍ୟବହାର ଉପରେ ବିସତ୍ ଆଲୋଚନା କରାଯାଇଥିଲା ।୨୦୨୫-୨୬ ରବି ଋତୁରେ ୧୦୦୦ ହେକ୍ଟର ଜମିରେ ତୈଳ ଜାତୀୟ ଚାଷ ର ଲକ୍ଷ୍ୟ ରଖାଯାଇଥିବା ବିଭାଗ ପକ୍ଷ ରୁ ପ୍ରକାଶ ।

Post a Comment

0 Comments

Please Select Embedded Mode To show the Comment System.*

3/related/default