ବାଲେଶ୍ବର, ୫/୧୨ (ଲକ୍ଷ୍ମୀଧର ବାରିକ): କମାରଡ଼ିହାଖୁଣ୍ଟା ଗ୍ରାମର ନିଗମାନନ୍ଦ ମହାନ୍ତି ଓ କନକଲତା ମହାନ୍ତିଙ୍କ ଏକମାତ୍ର ପୁଅ ତୁଷାର ରଞ୍ଜନ ମାହାନ୍ତି(କାହ୍ନା)ଙ୍କର ୪ବର୍ଷ ତଳେ ସଡ଼କ ଦ୍ରୁଘଟଣାରେ ପ୍ରାଣ ହରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରକ୍ତର ଅଭାବରୁ ପୁଅର ପ୍ରାଣ ଯାଇଥିବାରୁ ଏମିତି ଆଉ କାହା ସହ ନହେଉ ବୋଲି ଶପଥ ନେଇଥିଲେ ପରିବାର ଲୋକ। ଏହି ଉପଲକ୍ଷେ ପୁଅର ୨୬ ତମ ଜୟନ୍ତୀ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ତୁଷାର ରଞ୍ଜନ ମହାନ୍ତି ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ରଥ ପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଆମ ଓଡ଼ିଶା ମିଳିତ ସହଯୋଗରେ ଆୟୋଜିତ ଶିବିରକୁ ଆର ଏସ ଏସ ସୋୟଂ ସେବକ ସଚିନ୍ଦ୍ର ନାଥ ଗିରି ଓ ବାରିପଦା ରକ୍ତ କେନ୍ଦ୍ରର ଡାକ୍ତର ଭାଗ୍ୟଶ୍ରୀ ମଲ୍ଲିକ ମିଳିତ ଭାବେ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷକ ସତ୍ୟବ୍ରତ ମହାପାତ୍ର, ଜୟନ୍ତ କୁମାର ସାହୁ, ପ୍ରାକ୍ତନ ସରପଞ୍ଚ ସନ୍ତୋଷ କୁମାର ପାଣିଗ୍ରାହୀ, ରମେଶ ଚନ୍ଦ୍ର ପାତ୍ର, ପ୍ରାକ୍ତନ ବିଧାୟକ କାନ୍ଦ୍ରା ସୋରେନ, ବିଜେପି ଜିଲ୍ଲା ଉପ ସଭାପତି ପ୍ରଦୀପ କୁମାର ମହାନ୍ତି, ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ଉପ ସଭାପତି ତଥା ପରିବେଶବିତ ସୁମନ୍ତ କୁମାର ଜେନା, ସମାଜସେବୀ ରବୀନ୍ଦ୍ର ଜେନ, ମାନବ ମହାନ୍ତି, ଦୀପକ ପରିଡ଼ା, ବିଜେପି ପ୍ରାକ୍ତନ ବ୍ଲକ ସଭାପତି ନରୋତ୍ତମ ମହାନ୍ତି, ଏଡିପିଏଚଓ ସୁବାସ ଚନ୍ଦ୍ର ନାୟକ, ରାସଗୋବିନ୍ଦପୁର ବିପିଏମ୍ ବନ୍ଧନା ପାତ୍ର, ପିଏଚିଓ ସୁପ୍ରଭା ସାମଲ, ବରିଷ୍ଠ କିରାଣି ସାଗର ଓଝା, ବେତନଟି ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସପନ କୁମାର ପଣ୍ଡା, ବିବିଏମ୍ ....,ପୂର୍ବତନ ଜିଲ୍ଲା ପରିଷଦ ମିନତି ପାତ୍ର, ଆଦତ୍ୟ ମାହାଲା, ଅଶୋକ କୁମାର ମହାନ୍ତି, ନର୍ଥ ଓଡ଼ିଶା ଇଂଜନିୟରିଂ କଲେଜ୍ ଅଧ୍ୟାପକ ଲକ୍ଷ୍ମୀକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଏହି ଉଦଘାଟନୀ ଉତ୍ସବରେ ସ୍ୱର୍ଗତ ମହାନ୍ତିଙ୍କ ମା କନକ ଲତା ମହାନ୍ତି, ଖୁଡି ଅଙ୍କିତା ପ୍ରଧାନ,ଜେଜେମା ଶୈଳବାଳା ମହାନ୍ତି, ମାମୁଁ ବିଶି କେଶନ ପାତ୍ର, ଭାବେଶ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱର୍ଗତ ମହାନ୍ତିଙ୍କ ପିତା ନିଗମାନନ୍ଦ ମହାନ୍ତି, କକା ବିବେକାନନ୍ଦ ମହାନ୍ତି ଓ ରାସଗୋବିନ୍ଦପୁର ସମ୍ବାଦ ବ୍ଲକ ପ୍ରତିନିଧି ପ୍ରଦୀପ କୁମାର ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରୁ ୧୫୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଆକାଶ ବେହେରା, ମନୋରଞ୍ଜନ ଗାହାଣ, ତପନ ଘୋଷ, ଅଶୋକ କୁମାର ମହାନ୍ତ, ଅଜୟ ପରିଡ଼ା, ସରୋଜ କୁମାର ମହାନ୍ତି, ମୁନା ମୁଖି, ବିଶ୍ବରଂଜନ ଭଦ୍ର, ଦେବେନ୍ଦ୍ର ବାରିକ, ରଘୁନାଥ ବେହେରା, ରମେଶ ଚନ୍ଦ୍ର ପାତ୍ର, ସୁଶାନ୍ତ ପରିଡ଼ା, ମାନସ କୁମାର ଭୋଳ, ଦେବେନ୍ଦ୍ର ବାରିକ, ମଣୀଶଙ୍କର ଜେନା, ସିନ ରାମ, ରାମଚନ୍ଦ୍ର ସାହୁ, ଅନୁକୂଳ ଚନ୍ଦ୍ର ପରିଡ଼ା, ଭବାନୀ ସେନାପତି, ସାମ୍ବାଦିକ ପ୍ରତିନିଧି ମଧୁସୂଦନ ଦାସ, ରବି ଶତପଥି ଓ ଉତ୍ତର ଓଡ଼ିଶା ସଂସ୍କରଣ ଆମ ଓଡ଼ିଶା ସଂଯୋଜକ ଲକ୍ଷ୍ମୀଧର ବାରିକଙ୍କ ସହ ବନ୍ଧୁବାନ୍ଧବ ମାନେ ସହଯୋଗ କରିଥିଲେ। ବାଲେଶ୍ବର ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ସ୍ୱର୍ଗତ ମହାନ୍ତିଙ୍କ ପିତା ଓ ମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।



