ମୋର କୋରାପୁଟ ପରବ ଆଣିଛି
ସୁନାମାଟିର ଗୌରବ
ଏଇ ଆମ ଆଦିବାସୀ ପରମ୍ପରା
ଅତୀବ ଅଟଇ ଗର୍ବ ।।
ପାଇଛି ଆଜି ରାଜ୍ୟସ୍ତର ମାନ୍ୟତା
ସାଜିଛି ଅତି ରଙ୍ଗୀନ
ଆଦିବାସୀ ସଂସ୍କୃତି ଚିର ବଞ୍ଚିଛି
ହୋଇଛି ବହୁ ମହାନ୍ ।।
ଜମୁଛି ପର୍ଯ୍ୟଟକଙ୍କ ଆଜି ଭିଡ଼
ନିଅନ୍ତି କେତେ ଯେ ମଜା
କଳାକାରଙ୍କ ହେଉଅଛି ଉନ୍ନତି
ହୋଇଲେଣି ସାଜ ସଜା ।।
ପରବ ପଡିଆ ଝୁରୁଅଛି ଆଜି
କୋରାପୁଟିଆଙ୍କ ମନ
ଗହଣା,ଶିଳ୍ପ, ଫାଷ୍ଟ ଫୁଡ୍ ସେଣ୍ଟର୍
ଆଣେ ବହୁ ଆକର୍ଷଣ ।।
ଏଇ ପରବ ଚାଲେ ୧୮ ରୁ ୨୨
ଏଇ ଜଙ୍ଗଲୀ ଉତ୍ସବ
ପ୍ରତି ବର୍ଷ ହୁଏ ଏଇ କଳେବର
ଆଦାନ ହୁଅଇ ଭାବ ।।
*ତ୍ରିନାଥ ପଟ୍ଟନାୟକ*
*ଯୁବ ଇଂରାଜୀ ଅଧ୍ୟାପକ ତଥା କବି*
*ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସ୍*
*ଜିଲ୍ଲା: କୋରାପୁଟ*
*ମୋ:୮୯୧୭୩୧୯୩୭୭*

