ଧାନ ନ ଉଠିବା ନେଇ ମଣ୍ଡି ସମ୍ମୁଖରେ ଚାଷୀ ଧାରଣ

ଆଜତକ ଓଡ଼ିଶା
0

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକସ୍ଥିତ ତମ୍ବାଛଡା ମଣ୍ଡି ରେ ଚାଷୀ ଙ୍କ ଧାନ ଉଠାଣ ରେ ବିଳମ୍ବ ଯୋଗୁ ଆଜି ଚାଷୀ ଙ୍କ ମଧ୍ଯ ରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଚାଷୀ ମଣ୍ଡି ପରିସରରେ ଧାରଣା ରେ ବସି ବା ସହ ମଣ୍ଡି ଦାୟିତ୍ୱ ରେ ଥିବା ନୋଡାଲ ଅଫିସର ଓ ମଣ୍ଡି ଅଧିକାରୀ ଓ ଧାନ କ୍ରୟ ଦାୟିତ୍ୱ ରେ ଥିବା ସ୍ଵଂୟ ସହାୟକ ଗୋଷ୍ଠୀ କର୍ମକର୍ତ୍ତା ଙ୍କୁ ମଣ୍ଡି ଅଫିସ ରେ ତାଲା ପକାଇ ଦେଇଥିଲେ। ଧାନ ଉଠାଣ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ହଟିଥିଲା ସୂଚନା ଯୋଗ୍ୟ ଯେ, ଧର୍ମଗଡ଼ ବ୍ଲକ ତମ୍ବାଛଡା ଠାରେ ଥିବା ମଣ୍ଡି କୁ ଗତ ୧୧ ତାରିଖ ଦିନ ପୁଜା ପାଠ କରାଯାଇ ଉଦ୍ଘାଟନ କରା ଯାଇଥିଲା। ମଣ୍ଡି ଖୋଲି ଥିଲେ ହେଁ ଆଜି ପର୍ଯ୍ୟନ୍ତ କିନ୍ତୁ ଗୋଟିଏ ବସ୍ତା ଧାନ ଉଠା ଯାଇ ନାହିଁ। ଏହାର ପ୍ରତିବାଦରେ ଶତାଧିକ ଚାଷୀ ଆଜି ମଣ୍ଡି ରେ ଧାରଣା ଦେବା ସହ ନୋଡାଲ ଅଫିସର ଓ ମଣ୍ଡି ଅଧିକାରୀ ଓ ସୟଂ ସହାୟକ ଗୋଷ୍ଠୀର ସଦସ୍ୟା ଙ୍କୁ ମଣ୍ଡି ଅଫିସ ରେ ତାଲା ପକାଇ ଦେଇଥିଲେ। ପରେ ନୋଡାଲ ଅଫିସର ହେମନ୍ତ କୁମାର ରାଉତ ଧାନ ଉଠାଇବା ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥଲା। ଆସନ୍ତାକାଲି ମଣ୍ଡି ରୁ ଧାନ ନ ଉଠିଲେ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟଳୟ କୁ ଘେରାଉ କରାଯିବ ବୋଲି ଚାଷୀ ସମୀର ପଟ୍ଟଯୋଶୀ, ଶାନ୍ତ ପଟ୍ଟଯୋଶୀ, କଡିନ୍ଦ୍ର ଗୋପାଳ, ବିଭୁଦତ୍ତ ପାତ୍ର , ଅକୁ ପଟ୍ଟଯୋଶୀ ଙ୍କ ସମେତ ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି ସୂଚନା ଯୋଗ୍ୟ ଯେ ଏହି ମଣ୍ଡି ରେ ତମ୍ବାଛଡ଼ା, ମାଟିଆ, ତେଲି ପଲାସ,ଖନାତରା ଓ ତରଞ୍ଜା ପ୍ରଭୃତି ଗ୍ରାମର ୪୯୪ ଜଣ ଚାଷୀ ଧାନ ବିକ୍ରୀ ପାଇଁ ପଞ୍ଜିକରଣ କରିଛନ୍ତି । ପଞ୍ଜୀକୃତ ଚାଷୀ ଙ୍କ ଠାରୁ ୨୬ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ଉକ୍ତ ମଣ୍ଡି ରେ ୧୦ ହଜାର କୁଇଣ୍ଟାଲ ଧାନ ଚାଷୀ ଆଣି ରଖିଥିଲେ ହେଁ, ଧାନ ଉଠାଣ ପାଇଁ ମଣ୍ଡି ସହ ଟେଗ୍ ହୋଇଥିବା ଭବାନୀପାଟଣା ର ମାତୃ ଶକ୍ତି ମିଲର୍ସ ର ଦେଖାନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ପୁନଶ୍ଚ ବିଭିନ୍ନ ସମୟ ରେ ମା ବୃନ୍ଦାବତୀ ସ୍ଵୟଂ ସହାୟକ ଗୋଷ୍ଠୀ ନାମରେ ନାନା ଅନିୟମିତତା ଅଭିଯୋଗ ହୋଇ ଆସୁଥିଲେ ହେଁ ଗତ ୫ବର୍ଷ ହେଲା ଉକ୍ତ ସୟଂସହାୟକ ଗୋଷ୍ଠୀକୁ ହିଁ ମଣ୍ଡି ଦାୟିତ୍ୱ ଦିଆଯିବା ନେଇ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default