ବୀରମହାରାଜପୁର, ୨୧/୧୨ (ଚୈତନ୍ୟ ଭୁକ୍ତା) ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରଥପୁରର ବିଦ୍ୟାଳୟ ପ୍ରାଙ୍ଗଣରେ ୭ମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ପ୍ରସାଦ ଜେନାଙ୍କ ପୌରୋହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ରଘୁନାଥ ଜଗଦଲା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ତମ ଛାତ୍ରଛାତ୍ରୀ ହୋଇ ଦେଶ ଗଠନରେ ଭାଗିଦାର ହେବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଜୟ ଲୁହା ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଶ୍ରେୟା କର୍ମୀ ଦୁହିଁଙ୍କ ଉପସ୍ଥିତି ଏକ ବର୍ଣ୍ଣାଢ଼୍ୟରେ ପରିଣତ କରିଥିଲା। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ଐତିହାସିକ ଶ୍ରୀ ସୁଦାମ ନାଏକ ଛାତ୍ରଛାତ୍ରୀଙ୍କ ଉତ୍ତମ ଲକ୍ଷଣଗୁଡ଼ିକ ଉପରେ ଉପଦେଶ ଦେଇ ସମସ୍ତଙ୍କୁ ବକ୍ତବ୍ୟରେ ବାନ୍ଧି ରଖିପାରିଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀ ନରେନ୍ଦ୍ର କୁମାର ବାରିକ ମଞ୍ଚ ପରିଚାଳନା କରୁଥିଲେ। ବିଦ୍ୟାଳୟ ସ୍ତରରେ ଶିକ୍ଷାବର୍ଷ ୨୦୨୫-୨୬ରେ ସର୍ବମୋଟ ୧୧ଟି ପ୍ରତିଯୋଗିତା ସହ ପାଠ୍ୟ କାର୍ଯ୍ୟକ୍ରମ ହିସାବରେ ଅନୁଷ୍ଠିତ କରାଯାଇଥିଲା। ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ କରକମଳରେ ପୁରସ୍କାର ବିତରଣ କରାଗଲା। ଏ ବର୍ଷର ଶ୍ରେଷ୍ଠ ଛାତ୍ରୀ ଭାବରେ ଦ୍ଵାଦଶ ଶ୍ରେଣୀ ସାଗରିକା ନନ୍ଦ, ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ସପ୍ତମ ଶ୍ରେଣୀର ଛାତ୍ର ଭଗବାନ ବେହେରା ଏବଂ ଉତ୍ତମ ଉପସ୍ଥାନ ରଖିଥିବା ଛାତ୍ରୀ ଭାବେ ନବମ ଶ୍ରେଣୀର ତୃଷ୍ଣାମୟୀ ବିଶ୍ଵାଳକୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବିଗତ ବର୍ଷର ଦଶମ ଓ ଦ୍ଵାଦଶ ସିବିଏସ୍ସି (CBSE) ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାର୍ଥୀ ଦ୍ବୟ ଯଥାକ୍ରମେ ଶୁଭଶ୍ରୀ ନନ୍ଦ ଓ ଥଣ୍ଡାରାମ ବେହେରାକୁ ସମ୍ବର୍ଦ୍ଧନା କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରୀ ପ୍ରବୀଣ କୁମାର ଦୀପ୍ ଓ ଶ୍ରୀ ପଦ୍ମଲୋଚନ ମିଶ୍ରଙ୍କ ତତ୍ତ୍ୱାବଧାନରେ ପରିବେଷଣ ହୋଇଥିଲା ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରଥପୁରର ୭ମ ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ
Saturday, December 20, 2025
0

Tags