ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠରେ ତମାଖୁ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0

ବୀରମହାରାଜପୁର, ୮/୧୨ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ କେନଝିରିଆପାଲି ଠାରେ ତମାଖୁ ମୁକ୍ତ ବିଦ୍ୟାଳୟ, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାତ୍ର ସଭାପତିତ୍ୱ କରିଥିଲେ. ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟର କିପରି ହାନି ହେଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବୀରମହାରାଜପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ୱାସ୍ଥ୍ୟ ଅଧିକାରୀ ସ୍ବର୍ଣ୍ଣପ୍ରଭା ଜୁଏଡ଼ ତମାଖୁ ସେବନ ଦ୍ୱାରା କର୍କଟ ଆଦି ରୋଗ ହେଉଥିବାର ଛତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଗିରିଧାରୀ ସାହୁ ଶପଥ ପାଠ କରାଇଥିଲେ. ନିଜନିଜ ପରିବାର ତଥା ପଡୋଶୀ ରେ ସଚେତନତା ସୃଷ୍ଟି କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ।କାର୍ଯ୍ୟକ୍ରମ ରେ ଆଶାକର୍ମୀ ମୈଥିଲି ମେଣ୍ଡିଲି ଓ ବିଦ୍ୟାଳୟର ସହକାରୀ ଶିକ୍ଷକ ଜଗଦିଶ ପଧାନ, ମୀନକେତନ ରଣା, କର୍ମଚାରୀ ସତ୍ୟନାରାୟଣ ରାଜହଂସ, ସି୍ଧେଶ୍ୱର ମେଣ୍ଡିଲି, ଚିତ୍ତରଞ୍ଜନ ପଧାନ, ସରୋଜ ଭୁକ୍ତା ପ୍ରମୁଖ ଉପସ୍ଥିତ ରହି ତମାଖୁ ବର୍ଜନ କରିବା ପାଇଁ ଶପଥ ପାଠ କରିଥିଲେ।ସହକାରୀ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. ଛାତ୍ରଛାତ୍ରୀ ମାନେ ପ୍ଲା କାର୍ଡ ଧରି ତମାଖୁ ସେବନ ରୁ ନିବୃତ ହେବାପାଇଁ ଏକ ରାଲି କରି ସଚେତନ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default