ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଦୁଇ ନୂତନ ସଫଳତା

ଆଜତକ ଓଡ଼ିଶା
0

ଗଣତନ୍ତ୍ର ଦିବସ ପ୍ୟାରେଡ୍ କ୍ୟାମ୍ପ ୨୦୨୬, କର୍ତ୍ତବ୍ୟ ପଥ, ଦିଲ୍ଲୀ ପାଇଁ ଲୋକେଶ ବଗର୍ତ୍ତୀ ଓ ମାନସୀ ସାହୁ ମନୋନୀତ 


ମୁରିବାହାଲ : (ଲକ୍ଷ୍ମୀକାନ୍ତ ଧରୁଆ) ବଲାଙ୍ଗୀର ପଂଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ମୁରିବାହାଲର ରାଜନୀତି ବିଜ୍ଞାନ ବିଭାଗ ର ଲୋକେଶ ବଗର୍ତ୍ତୀ ଏବଂ ଇତିହାସ ବିଭାଗର ମାନସୀ ସାହୁ ଏହି ଦୁଇ ଜଣ ଏନଏସ୍ଏ୍ (NSS) ସ୍ୱୟଂସେବକ ଗଣତନ୍ତ୍ର ଦିବସ ପ୍ୟାରେଡ୍ କ୍ୟାମ୍ପ୍ ୨୦୨୬ ତଥା ଦିଲ୍ଲୀ କର୍ତ୍ତବ୍ୟ ପଥ ରେ ଆସନ୍ତା ଜାନୁଆରୀ ୨୬ ତାରିଖ ରେ ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଙ୍କ ସମ୍ମୁଖରେ ପ୍ୟାରେଡ କରିବା ପାଇଁ ଚୟନ ହୋଇଛନ୍ତି। ସମଗ୍ର ଓଡ଼ିଶାରୁ ମାତ୍ର ୮ଜଣ ସ୍ୱୟଂସେବକ ଚୟନ ହୋଇଛନ୍ତି ଏବଂ ଗର୍ବ ଓ ଗୌରବ ର କଥା ଏହି କି ଯେ ସେହି ୮ଜଣଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ମୁରିବାହାଲ ଡିଗ୍ରୀ ମହାବିଦ୍ୟାଳୟ ର । ଏହି ସଫଳତା ପଛରେ ଏନଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ଶ୍ରୀ ଛନ୍ଦା ଚରଣ ଖୁଣ୍ଟିଆ ନେତୃତ୍ୱ ଓ ମାର୍ଗଦର୍ଶନ ଦୃଢ଼ ଭୁମିକା ନିଭେଇଛି। ପ୍ୟାରେଡ୍ ପ୍ରଶିକ୍ଷଣରେ ପ୍ରିତମ ବଘାର (ଦିଲ୍ଲୀ ଆର୍ଡି ପ୍ରତିଭାଗୀ ୨୦୨୫) ଓ ଛାତ୍ର ରୋଶନ ବିଶି, ବିକ‍ାଶ ରଣା ଏବଂ ପଞ୍ଚମୀ ମାଝୀ ଙ୍କ ଅବଦାନ ବିଶେଷ ପ୍ରଶଂସାର ଯୋଗ୍ୟ। ଲୋକେଶ ଓ ମାନସୀ ଦୁହେଁ ନିଜ ସଫଳତା ପାଇଁ ନିଜ ମାତା–ପିତା, ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମାନ୍ ସରୋଜ କୁମାର ନାୟକ, ଜିଲ୍ଲା ପ୍ରୋଗ୍ରାମ ସଂଯୋଜିକା ଡ. ପ୍ରିୟଙ୍କା ଚକ୍ରବର୍ତ୍ତି, ଜିଲ୍ଲା ପ୍ରୋଗ୍ରାମ ଅଫିସର ଡ. ଅଜିତ ଭୋଇ ଏବଂ ସ୍ୱତନ୍ତ୍ର ଭାବରେ ରିଜିଓନାଲ ଡାଇରେକ୍ଟର ଡ. ସରିତା ପଟେଲ ତଥା ସମସ୍ତ ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ମହାବିଦ୍ୟାଳୟ ପରିବାର ପକ୍ଷରୁ ଏହି ଦୁଇ ସ୍ୱୟଂସେବକଙ୍କୁ ଅନେକ ଅଭିନନ୍ଦନ ଓ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default