ସିନାପାଲି: (ପରମେଶ୍ୱର ମେହେର) ସିନାପାଲି ବ୍ଲକର ସରଧାପୁର ଖେଳ ପଡିଆରେ ମା ଗଡିଆଣି କ୍ରିକେଟ ଟୁର୍ନାମେଣ୍ଟର ଉଦଯାପନୀ ଦିବସ ଆଜି ଧୁମଧାମର ସହ ଅନୁଷ୍ଠିତ ହେଲା । ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଘଣ୍ଟିଗୁଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଖୁଟୁରାମ ସୁନାନୀ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ମାର୍କଣ୍ଡ ଗହୀର, ଦେବାର୍ଚନ ଗହୀର, ଲମ୍ବୋଧର ଗହୀର, ସିନାପାଲି ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ସଭାପତି ବିଘ୍ନରାଜ ତାଣ୍ଡି ଓ ଡୋଳମଣି ନିଆଲ ମଞ୍ଚାସୀନ ହୋଇ ସମାରୋହକୁ ଗୌରବୀତ କରିଥିଲେ । ଉଦଯାପନୀ ଦିବସର ମୁଖ୍ୟ ଆକର୍ଷଣ ଥିଲା ସିନାପାଲି ବିରୁଦ୍ଧରେ ପେଣ୍ଡରେନ ମଧ୍ୟରେ ହୋଇଥିବା ରୋମାଞ୍ଚକ ମ୍ୟାଚ । ଦୁଇ ଦଳ ମଧ୍ୟରେ ହୋଇଥିବା ପ୍ରତିଯୋଗୀତାରେ ପେଣ୍ଡରେନକୁ ହରାଇ ସିନାପାଲି ଦଳ ବିଜୟ ହାସଲ କଲା । ବିଜେତା ସିନାପାଲି ଦଳକୁ ଟ୍ରଫି ସହ ଟି 13,999 ଟଙ୍କା ପୁରସ୍କାର ଦିଆଯାଇଥିଲା । ଉପ ବିଜେତା ପେଣ୍ଡରେନ ଦଳକୁ ଟ୍ରଫି ସହ ଟି 7,999 ଟଙ୍କା ପ୍ରଦାନ କରାଗଲା । ଅନୁଷ୍ଠାନକୁ ସଫଳ କରିବାରେ ମା ଗଡିଆଣି କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ନିଷ୍ଠାପୂର୍ଣ୍ଣ ସହଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ ଭିଡ଼ ଓ ଖେଳାଳିଙ୍କ ଉତ୍ସାହ ଏହି ଟୁର୍ନାମେଣ୍ଟକୁ ଅଧିକ ଆକର୍ଷଣୀୟ କରିଥିଲା ।


