ଡ଼ିସେମ୍ବର ୨୭ ରୁ କଣ୍ଟାବାଞ୍ଜି ସହରରେ ଅଲ ଇଣ୍ଡିଆ ଚେସ ପ୍ରତିଯୋଗୀତା ଆରମ୍ଭ

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି, (ନ୍ୟୁଜ ବ୍ୟୁରୋ) କଣ୍ଟାବାଞ୍ଜି ସହରରେ ଦ୍ଵିତୀୟ ଥର ପାଇଁ ଡିସେମ୍ବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଓପନ ଚେସ ଚ୍ୟାମ୍ପିଆନସିପ ଆରମ୍ଭ ହେବ । ସ୍ଥାନୀୟ ହରିଭବନରେ ଏହା ହେବାକୁ ଥିବା ବେଳେ ଅଲ୍ ଓଡିଶା ଚେସ ଏସୋସେସନଙ୍କ ସହବନ୍ଧିତାରେ ମାରୱାଡି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ଓ ସିଏସ ଚେସ ସେଣ୍ଟର ରାଉରକେଲା ସହଯୋଗରେ ଚେସ ଏସୋସେସନ କଣ୍ଟାବାଞ୍ଜି ଆନୁକୁଲ୍ୟରେ ଏହା ଆୟୋହିତ ହେବ । ଏଥିରେ ଜାତୀୟ ସ୍ତରର ଖେଳାଳି ମାନେ ନିଜର ପ୍ରତିଭା ଦେଖାଇବେ । ପୂର୍ବରୁ ମଧ୍ୟ କଣ୍ଟାବାଞ୍ଜି ସହରରେ ଚେସ ପ୍ରତିଯୋଗୀତା ହୋଇଛି ଏହା ଦ୍ଵିତୀୟ ଥର ପାଇଁ ଅଲ ଇଣ୍ଡିଆ ଚେସ ପ୍ରତିଯୋଗୀତା ହେଉଥିବା ମିଡିଆ ପ୍ରଭାରି ଆଶିଷ ଖଇତାନ ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗୀତା ରେ ୧୫୦୦୦୦ (୧ ଲକ୍ଷ ୫୦ ହଜାର) ରୁ ଉର୍ଦ୍ଧ୍ବ ଟଙ୍କା ର ପୁରସ୍କାର ରାଶି ରଖା ଯାଇଛି । ଏହି ପ୍ରତିଯୋଗୀତା ରେ ଭାଗ ନେବା ପାଇଁ ଓଡିଶା ସହ ପଶ୍ଚିମବଙ୍ଗାଲ, ଆନ୍ଦ୍ରପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ର ଖେଳାଳି ମାନେ ଭାଗ ନେବା ପାଇଁ ପଞ୍ଜିକରଣ କରିଛନ୍ତି । ହାରାହାରି ୪୦୦ ରୁ ଉର୍ଦ୍ଧ୍ବ ଖେଳାଳି ଭାଗ ନେବେ ବୋଲି ଅନୁମାନ ରହିଛି । ଆୟୋଜକ କମିଟି ସଭାପତି ଅରବିନ୍ଦ ସିଂହ ସାଲୁଜା ଓରଫ ସିଙ୍କି, ସମ୍ପାଦକ ସତୀଶ ମାରୁ , କାର୍ଯ୍ୟକ୍ରମ ସଂଯୋଜକ ତୋଷିବ ଅହମଦ ଖାଁ, ସହ-ସଂଯୋଜକ ଅମନ୍ ଅଗ୍ରୱାଲ, ବିଜୟ ବାରିକ , ବିଶ୍ଵନାଥ ଅଗ୍ରୱାଲ, ପରାମର୍ଶଦାତା ରଞ୍ଜିତ ସିଂହ ବାବୁ, ଅବଦୁଲ ରବାନି, ମନୀଷ ଜୈନ, ବିପୁଳ ମାରୁ , ସହବାଜ ଖାଁ, ଯୋଗେଶ ପନିକା, ଧିରଜ ଜୈନ, କେଶବ ଅଗ୍ରୱାଲ, ଛୋଟୁ ସିଂହ ସାଲୁଜା, ନିଖିଲ ଅଗ୍ରୱାଲ, ଜିତେଶ ମାରୁ, ସୀମରନ କୌର, ଆଇନ ପରାମର୍ଶ ଦାତା ବିବେକ ଶର୍ମା ଥିବା ବେଳେ ଖେଳାଳି ମାନେ ଏହି ପ୍ରତିଯୋଗିତାରେ ସାମିଲ ହେବାକୁ ବା ପଞ୍ଜିକରଣ ପାଇଁ ସଂଯୋଜକ ସତୀଶ ମାରୁ ୯୦୭୮୯୫୭୧୨୧, ଚନ୍ଦ୍ର ଶେଖର ପଣ୍ଡା ୭୭୩୫୭୫୯୫୦୬ ସହ ଯୋଗାଯୋଗ କରି ପାରିବେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default