ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) କଂଗ୍ରେସରୁ ବହିଷ୍କାର ପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା । କହିଲେ ମୋର ଵିଚାରଧାରାରେ ମୁଁ କଂଗ୍ରେସ ସହିତ ଅଛି । କଂଗ୍ରେସ ମତେ ଦଳଠାରୁ ଦୁରେଇ ଦେଇପାରେ । ମୁଁ କିନ୍ତୁ କଂଗ୍ରେସ ସହିତ ଥିଲିଅଛି ଓ ରହିଵି । ମୁଁ ଦଳର ଭୁଲକୁ ଆଗକୁ ଆଣିଥିଲି । ଦଳ ମୋ ବିରୋଧରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି ।ସେପଟେ । ମହମ୍ମଦ ମୋକିମଙ୍କ ସପକ୍ଷରେ ବାହାରିଲେ ପୂର୍ବତନ ପିସିସି ସଭାପତି । କଂଗ୍ରେସରୁ ମୋକିମଙ୍କ ବହିଷ୍କାର ପରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ନିରଞ୍ଜନ କହିଛନ୍ତି ମୋକିମଙ୍କ ଭଳିଆ ବ୍ୟକ୍ତି ଦଳରେ ଆବଶ୍ୟକତା ରହିଛି । ଦଳପ୍ରତି ମୋକିମଙ୍କ ଅବଦାନକୁ ଭୁଲି ହେବ ନାହିଁ । ଅଶାନ୍ତି ଦୂର କରିବା ପ୍ରଥମ କର୍ତ୍ତବ୍ୟ ରହିଥିଲା । କଂଗ୍ରେସ ନୀତି ଆଦର୍ଶରୁ ଦୂରେଇବା କଥା ସେ କହିନାହାନ୍ତି । ମୋକିମଙ୍କ ଭଳି ବ୍ୟକ୍ତିଙ୍କ ଦଳରେ ଆବଶ୍ୟକତା ଅଛି ବୋଲି କହିଛନ୍ତି କଂଗ୍ରେସ ନେତା ।ସୂଚନା ଥାଉକି, ମୋକିମଙ୍କୁ ମହଙ୍ଗା ପଡିଛି କଂଗ୍ରେସ ହାଇକମାଣ୍ଡକୁ ଚିଠି ଲେଖିବା ।
କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା । ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି । ମହମମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ ।ନିରଞ୍ଜ ଆହୁରି କହିଛନ୍ତି ଯେ । ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ କହିଲେ ନିରଞ୍ଜନ ପଟ୍ଟନାୟକ୧୯୮୦ ପରଠୁ କଟକରେ କଂଗ୍ରେସ ଜିତି ପାରୁ ନ ଥିଲା, ମୋକିମଜିତାଇଛନ୍ତିଲଗାତାର ୨ ଥରକଟକରେକଂଗ୍ରେସଜିତିଲାଣି, ଏବେ ତାଙ୍କ ଝିଅବିଧାୟିକାନୂଆପଡ଼ା ନିର୍ବାଚନ ବେଳେ ନିର୍ଦ୍ଦିଷ୍ଟସମ୍ପ୍ରଦାୟର ଆବଶ୍ୟକତା ନାହିଁ ମନ୍ତବ୍ୟ ତାଙ୍କୁ ବାଧିଲାସେଥିପାଇଁ ଆମେ ସମସ୍ତେ ଦାୟୀ, ତାକୁ ଉପଶମ କରିବାର ଥିଲାନୂଆପଡ଼ାକୁ ନେଇ ଯେପରି କୁହାଗଲା ସେପରି କୁହାଯିବାର ନ ଥିଲାସେ ଯେଉଁ ଚିଠି ଲେଖିଲେ ସେଥିରେ କିଛି ସତ୍ୟ ଥାଇପାରେ ନିରଞ୍ଜନମାତ୍ର ସେ ଯେପରି ଭାବେ ଗଣମାଧ୍ୟମକୁ ଯାଇ କହିଲେ ତାହା ଠିକ୍ ନୁହେଁ’ମୋକିମ ବାବୁଙ୍କ ପରି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ରହିଛି’କଂଗ୍ରେସ ପ୍ରତି ତାଙ୍କର ଦୁର୍ବଳତା ଅଛି, ବୁଝାଇ ଅଣାଯିବା ଦରକାର’


