ବାଘପାଲି ରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଘାଟିତ

ଆଜତକ ଓଡ଼ିଶା
0

ଦର୍ଶକଙ୍କ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ 


ଉଲୁଣ୍ଡା ୧୪/୧୨ (ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଏ ଗ୍ରାମ ପଂଚାୟତ ଅନ୍ତର୍ଗତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ସମାଧି ପୀଠ ବାଘପାଲି ଠାରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବିଦ୍ୟାଳୟ ନିରୀକ୍ଷକ କାଲିଆ ପଧାନ ଯୋଗଦାନ କରି ବକୁଳ ଯାତ୍ରା ମହୋତ୍ସବର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷକ ସନ୍ତୋଷ ପଧାନ,ବିଜୟ କୁମାର ହୋତା, ଲଷ୍ମୀନାରାୟଣ ମୁଦୁଲି ବରିଷ୍ଠ ନାଗରିକ ରବି ବେହେରା ଉପସ୍ଥିତ ଥିଲେ । ମକୁନ୍ଦ ଧରୁଆ ମଞ୍ଚ ପରିଚାଳନା କରିଥିଲେ । ଆଜି ପ୍ରାତଃ ସମୟରୁ ଗାଁର ଗୌନ୍ତିଆ ଶୁରେଶ ପଣ୍ଡା ଓ ସମାଧି ପୀଠର ପୂଜକ ଧିରେନ ପଣ୍ଡା ରୁଗୁଡ଼ି ମୁଣ୍ଡାରେ ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା କଲାପରେ ଶୁଭ କଳଶ ଆଣି ସପ୍ତାହ ମଣ୍ଡପରେ ସ୍ଥାପନ କରାଗଲା l ଏଠାରେ ମଧ୍ୟ ପୂଜକ ପୂଜାର୍ଚନା କଲାପରେ ବ୍ୟାସ ଜଗଦିଶ ପୁରୋହିତ ଭାଗବତ ସପ୍ତାହ ପରାୟଣ ଆରମ୍ଭ କରିଥିଲେ । ଏଥିରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦର୍ଶକ ମାନଙ୍କ ମନ ମୋହିଥିଲେ । ପୁରନ୍ଦର ଥାଟି, ଘନଶ୍ୟାମ ପଧାନ, ରାଜକୁମାର ଅମାତ, ହିମାଂଶୁ ପଧାନ, ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମାରୁ ବଗର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default