ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ମନ ମୋହିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ଷ୍ଟାର ନାଇଟ ପ୍ରୋଗ୍ରାମ 


ଧର୍ମଗଡ,କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସ୍ଥିତ ସଭାଗୃହ ଠାରେ ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ର ଅଧ୍ୟକ୍ଷ ତଥା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଆଜି କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୬ ର ନୂତନ କମିଟି ଗଠନ ହୋଇଥିଲା । ସୂଚନାମତେ ଚଳିତ ବର୍ଷ ଜାନୁଆରୀ ୦୯-୧୦-୧୧ରିଖ ଧରି ତିନି ଦିନ ଵ୍ୟାପୀ ଏହି ଉତ୍ସବ ପାଳନ କରାଯିବ । ଏନେଇ ପ୍ରଥମ ଦିନରେ ରାଜ୍ୟ ଓ ରାଜ୍ୟ ବାହାରର ବଛା ବଛା କଳାକାର ଙ୍କ ଦ୍ଵାରା ବିଭିନ୍ନ ଲୋକ ପ୍ରତିଭା ପ୍ରଦର୍ଶନ ସାଙ୍ଗକୁ କଲହାଣ୍ଡି ଜିଲ୍ଲା ର ବିରବାଦ୍ୟ ଘୁମୁରା,ବନାବାଡ଼ି,ଗଣା ବଜା,ସିଙ୍ଗ ବଜା ସାଙ୍ଗକୁ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ସାନ ବଡ଼ ଘୁଡକା ନାଚ ପ୍ରଦର୍ଶନ ହେବ । ସେହିପରି ଦ୍ଵିତୀୟ ଦିନରେ ପଶ୍ଚିମ ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଉମା ବାରିକ ଅର୍କେଷ୍ଟ୍ରା ଓ ତୃତୀୟ ଦିନ ବିଶିଷ୍ଟ କଣ୍ଠ ଶିଳ୍ପୀ ମଣ୍ଟୁ ଛୁରିଆ ଅର୍କେଷ୍ଟ୍ରା ଓ ସାଥି ବୃନ୍ଦ ଙ୍କ ଦ୍ଵାରା ଆୟୋଜିତ ଷ୍ଟାର ନାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତେବେ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀ ଙ୍କ ମନ୍ଦିର ସ୍ୱରୂପ ଏହି ମଞ୍ଚ ମାଧ୍ୟମରେ ସ୍ଥାନ ଦିଆଯିବା ନେଇ ଧାର୍ଯ୍ୟ କରାଯାଇଛି । ଅନ୍ୟପଟେ ମୀନା ବଜାର ସାଙ୍ଗକୁ , ସରକାରୀ ଷ୍ଟଲ ଓ ବେସରକାରୀ ଷ୍ଟଲ ର ବ୍ୟବସ୍ଥା ସାଙ୍ଗକୁ ଅନେକ ଗୁଡିଏ ପ୍ରତିଯୋଗିତା ବ୍ଲକ ପ୍ରଶାସନ ତରଫରୁ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବିଡ଼ିଓ ତ୍ରିପୁରା ମହାନନ୍ଦ, ଏବିଡ଼ିଓ ବିଜୟ କୁମାର ନାୟକ,ସହକାରୀ ଯନ୍ତ୍ରୀ ଚିତ୍ତ ରଞ୍ଜନ ଜେନା,ବିଇଓ ରାଜେଶ କୁମାର ନାୟକ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ରୀତା ରାଣୀ କିଷାନ,କୃଷି ଅଧିକାରୀ ନୌକେଶ୍ୱର ନାଏକ,ବନପାଳ ରମେଶ ପଣ୍ଡା,ଅବକାରୀ ଅଧିକାରୀ ପ୍ରତିମା ବେହେରା ,ଖାଲିଆପାଲି ସରପଞ୍ଚ ଜିମୁତ ବାହାନ ହରପାଳ,ମହାଳିଙ୍ଗ ସମିତି ସଭ୍ୟ କିରଣ କୁମାର ସିଂ ସମେତ ବ୍ଲକ ର ସମସ୍ତ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧି , ବୁଦ୍ଧିଜୀବୀ , ସାମ୍ବାଦିକ ,ପୁଲିସ ପ୍ରଶାସନ ପ୍ରମୁଖ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଉତ୍ସବ ର ସବୁତକ ବିଭାଗର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା ଓ ବ୍ଲକ ର ସମସ୍ତ ଜନ ସାଧାରଣ ଏହି ଉତ୍ସବ ରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ କରାଯାଇଥିଲା ।

Post a Comment

0 Comments

Please Select Embedded Mode To show the Comment System.*

3/related/default