ପଞ୍ଚାୟତ ରାଜ ବିଭାଗ ଯୁଗ୍ମ ସଚିବ ଙ୍କ ଦିନିକିଆ ଗୋଲାମୁଣ୍ଡା ବ୍ଲକ ଗସ୍ତ
Thursday, December 11, 2025
0
ଧର୍ମଗଡ, ଆଜି ଦିନିକିଆ ଗୋଲାମୁଣ୍ଡା ବ୍ଲକ ଗସ୍ତ କରିଛନ୍ତି ଗାୟତ୍ରୀ ଦତ୍ତ ନାୟକ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ, ପି.ଆର ଏବଂ ଡି.ଡବ୍ଲୁ. ବିଭାଗର ଯୁଗ୍ମ ସଚିବ । ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରା.ପ ସ୍ଥିତ ସହୀଦ ବିଜେନ୍ଦ୍ର ନାଥ ରାଉତ ଗ୍ରାମୀଣ ପାର୍କ କାର୍ଯ୍ୟର ସମୀକ୍ଷା କରିଥିଲେ । ସୂଚନା ମତେ ବୃନ୍ଦାବାହାଲ ଛକ ଠାରେ ଦୀର୍ଘ ଦିନ ଧରି ସହୀଦ ସ୍ମୃତି ପୀଠ ଅବ୍ୟବସ୍ଥା ଘେରରେ ରହି ଆସିଥିଲା । ଏନେଇ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ର ତ୍ୱରିତ୍ୱ ପଦକ୍ଷେପ ଯୋଗୁଁ ମନରେଗା ଯୋଜନା ରେ ଉକ୍ତ ସହୀଦ ସ୍ମୃତି ପୀଠ କୁ ସହୀଦ ବିଜେନ୍ଦ୍ର ନାଥ ଗ୍ରାମୀଣ ଉଦ୍ୟାନ ନାମରେ ନାମିତ କରି ୨୦ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇଦେଇଥିଲେ । ଏହି ଅର୍ଥ ଅନୁମୋଦନ ପରେ ସହୀଦ ବିଜେନ୍ଦ୍ର ନାଥ ଗ୍ରାମୀଣ ପାର୍କ ର କମିଟି ବୃନ୍ଦ ଙ୍କ ସହଯୋଗ ରେ ବର୍ତ୍ତମାନ ଏକ ଭବ୍ୟ ଗ୍ରାମୀଣ ଉଦ୍ୟାନ ସାଙ୍ଗକୁ ସୁସଜ୍ଜିତ ଆଲୋକି କରଣ ଓ ଖେଳ ସାମଗ୍ରୀ ସମସ୍ତ ଙ୍କୁ ଆକୃଷ୍ଟ କରିପାରିଛି । ପଥ ଚାରି ଙ୍କ ପାଇଁ ସେଲ୍ଫି ପଏଣ୍ଟ ,କ୍ରୀଡା ସାମଗ୍ରୀ,ବଗିଚା,ଅତ୍ୟଧିକ ସୌନ୍ଦର୍ଯ୍ୟକରଣ ସମସ୍ତ ଙ୍କୁ ବିଭୋର କରୁଛି । ସହୀଦ ଙ୍କ ପ୍ରତି ତ୍ୱରିତ୍ୱ ପଦକ୍ଷେପ ଓ ସୁସମ୍ମାନ ସତରେ ଏହା ସମସ୍ତ ଙ୍କୁ ଆକୃଷ୍ଟ କରିପାରିଛି । ଏନେଇ ଆଜି ଗାୟତ୍ରୀ ଦତ୍ତ ନାୟକ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ, ପି.ଆର ଏବଂ ଡି.ଡବ୍ଲୁ. ବିଭାଗର ଯୁଗ୍ମ ସଚିବ ଉକ୍ତ କାର୍ଯ୍ୟ ର ସମୀକ୍ଷା କରିବା ପାଇଁ ଆସିଥିଲେ । ଉକ୍ତ ଉନ୍ନୟନ କାର୍ଯ୍ୟ ଦେଖିବା ପରେ ବିଭାଗୀୟ ଅଧିକାରୀ ଙ୍କୁ ଖୁବ ପ୍ରସଂଶା କରିଥିଲେ । ଏହି ଗସ୍ତ ସମୟରେ ସୁରେନ୍ଦ୍ର ନାଥ ଏ.ଇ,ଅଜୟ କୁମାର ବାଇ ବିଶେଷଜ୍ଞ ଇଲେକ୍ଟ୍ରୋନିକ୍ ପାଣ୍ଠି ପରିଚାଳନା ପ୍ରଣାଳୀ,ପାର୍ବତୀ ପଟ୍ଟନାୟକ ମନରେଗା ସଂଯୋଜିକା,ଅମୀୟ କୁମାର ଦାସ ପ୍ରକଳ୍ପ ପରିଚାଳକ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ,ଧର୍ମଗଡ଼ ବିଡ଼ିଓ ସଦାଶିବ ନାୟକ,ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ,ଗୋଲାମୁଣ୍ଡା ବିଡ଼ିଓ ତ୍ରିପୁରା ମହାନନ୍ଦ , ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ସହକାରୀ ଯନ୍ତ୍ରୀ ଚିତ୍ତ ରଞ୍ଜନ ଜେନା,କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ପଟ୍ଟନାୟକ,ମହେଶ ନାୟକ,ନିକୁଞ୍ଜ ନାଏକ,ଏପିଓ କ୍ଷେତ୍ର ମୋହନ ମାଝୀ,ବୃନ୍ଦାବାହାଲ ସମିତି ସଭ୍ୟ ଗୋରେଖ ବିଶି ପ୍ରମୁଖ ଉପସ୍ଥିତ ଥିଲେ ।
Tags

