ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ବାଂଲାଦେଶୀଙ୍କୁ ଚିହ୍ନଟ, ଅଟକ ଓ ତଡ଼ି ପାର୍ ପାଇଁ ସ୍ୱତନ୍ତ୍ର କାର୍ଯ୍ୟବାହିନୀ କମିଟି ।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାୟକ ମାନସ କୁମାର ଦତ୍ତ ସାରା ଓଡିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟାର ସ୍ଥିତାବସ୍ଥା କଣ, ଏଥି ପାଇଁ ଏସଓପି ଜାରି ହୋଇଛି କି ? କେଉଁ ଜିଲ୍ଲାରେ କେତେ ଅନୁପ୍ରବେଶକାରୀ ରହିଛନ୍ତି ସେ ନେଇ ସ୍ୱରାଷ୍ଟ୍ର ବିଭାଗକୁ ତଥ୍ୟ ମାଗିଥିଲେ । ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଲିଖିତ ଆକାରରେ ଉତ୍ତର ରଖିଛନ୍ତି । ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ଟି ରାଜ୍ୟ ସ୍ତରୀୟ ଏବଂ ୧୮ ଗୋଟି ଜିଲ୍ଲା ସ୍ତରୀୟ ଅଟକ କେନ୍ଦ୍ର ଖୋଲା ଯାଇଅଛି । ଯେଉଁଠାରେ ଚିହ୍ନଟ ବାଂଲାଦେଶୀଙ୍କୁ ରଖାଯାଇଛି । ମୋଟ ୧୭୬୮ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୬୬୭ ଜଣ ଭାରତୀୟ ହୋଇଥିବାବେଳେ ୫୧ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠା ଯାଇ ସାରିଲାଣି । ଖୋର୍ଦ୍ଧାରୁ ସର୍ବାଧିକ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩ ଏବଂ କୋରାପୁଟରୁ ଜଣେ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୨ ଜଣ ବାଂଲାଦେଶୀ ଜାଲ୍ ପାସ୍ପୋର୍ଟ କରି ଧରାପଡ଼ିଛନ୍ତି । ଧରାପଡ଼ିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି ।ସ୍ୱତନ୍ତ୍ର ଆପ୍ ଜରିଆରେ ଚିହ୍ନଟ ହେଉଛି ଅନୁପ୍ରବେଶକାରୀ ବାଂଲାଦେଶୀ । ବରିଷ୍ଠ ଗୁଇନ୍ଦା ଅଧିକାରୀ ସମ୍ଭାବ୍ୟ ଅନୁପ୍ରବେଶ ଜିଲ୍ଲାକୁ ପରିଦର୍ଶନ କରୁଛନ୍ତି ।ସେହିପରି ଜେଲ୍ରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ‘ଗତବର୍ଷ ଜୁଲାଇରୁ ଏଯାବତ୍ ୯ଟି ଜେଲ୍ ରୁ ୧୩ କଏଦୀ ଫେରାର’ ହୋଇଛନ୍ତି । ତେବେ ‘ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ଧରିପାରିଛି ପୋଲିସ’ । ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍ରେ ମୃତ୍ୟୁ ହୋଇଛି’ । ‘୮ ଜଣ ଆତ୍ମହତ୍ୟା କରିଛନ୍ତି, ୩୯ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ହୋଇଛନ୍ତି ।
ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଏସ୍ପିଙ୍କୁ କଡ଼ା ନିର୍ଦ୍ଦେଶ
Monday, December 01, 2025
0