ପବିତ୍ର ଏଇ ଦିବସ ଆଜି ଅଟଇ
ଆମ ସମ୍ବିଧାନ ଦିବସ
୨୬ ନଭେମ୍ବର ଯେ ସ୍ମରଣ ରହିବ
ଆମ ଜନସେବା ଦିବସ ।।
ସ୍ୱାଧୀନତା ଦେଇ ଯେ ସମ୍ବିଧାନ ଦେଲେ
ସେଇ ଶୁଭ ଦିବସ ଆଜି
ଆମ୍ବେଦକରଙ୍କୁ ପୁଷ୍ପାଞ୍ଜଳି ଯେ ଆଜି
ରାଜେନ୍ଦ୍ର ପ୍ରସାଦଙ୍କ ବାଜି ।।
ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ଯେ ଦାନ
ଅଦ୍ଭୁତପୂର୍ବ ଶ୍ରଦ୍ଧାଞ୍ଜଳି
ମହାନାୟକ ସେ ଥିଲେ ଆମ ରାଷ୍ଟ୍ରର
ଗୌରବର ଯେ ପୁଷ୍ପାଞ୍ଜଳି ।।
ସହସ୍ର ପଣର ଯେ ପରମ୍ପରା ଆମ
ସମ୍ବିଧାନେ ଯେ ରହିଅଛି
ଅଖଣ୍ଡ ଆଧୁନିକତାର ଗର୍ବ ଧାରା
ସନ୍ଦେଶ ଜନଙ୍କୁ ଦେଉଛି ।।
ଦେଶର ଜନତା ହେଉ କି ରାଜନେତା
କର୍ତ୍ତବ୍ୟ ହିଁ ହୋଇବ ସାର
ଅଖଣ୍ଡ ଗୌରବ କରିବା ଯେ କର୍ତ୍ତବ୍ୟ
ଜନସେବା ହିଁ ହେବ ମୂଳ ।।
*ତ୍ରିନାଥ ପଟ୍ଟନାୟକ*
*ଯୁବ ଇଂରାଜୀ ଅଧ୍ୟାପକ ତଥା କବି*
*ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସ୍*
*ଜିଲ୍ଲା: କୋରାପୁଟ*
*ମୋ:୮୯୧୭୩୧୯୩୭୭*

