ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ଗ୍ରାମର ୪୨ ବର୍ଷୀୟ କିର୍ତ୍ତନ ବାଗ ବର୍ତ୍ତମାନ ମୁଖ କର୍କଟରେ ପୀଡିତ ହୋଇ ଗଭୀର ଅର୍ଥିକ ସଂକଟରେ ଜୀବନ ଯୁଦ୍ଧ କରୁଛନ୍ତି। ଚାରିମାସ ତଳେ ଦାନ୍ତରେ କିଡା ହୋଇ ମାଢି ଫୁଲିଯିବା ପରେ ସେ ସିନାପାଲି, ଖଡିଆଳ ଓ ନୂଆପଡା ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ବିଭିନ୍ନ ପରୀକ୍ଷା ପରେ ସେମାନଙ୍କୁ ମୁଖ କର୍କଟ ରୋଗ ହୋଇଥିବା ସ୍ପଷ୍ଟ ହେଲା।
ରୋଗର ଗଭୀରତା ଦେଖି କିର୍ତ୍ତନ ବାଗ ଧାରକରଜ କରି ଟଙ୍କା ବ୍ୟବସ୍ଥା କରିବା ପରେ ରାୟପୁର ସ୍ଥିତ ବାଲାଜୀ ହସ୍ପିଟାଲରେ ଅସ୍ତ୍ରୋପଚାର କରାଇଥିଲେ। ଏହି ଅସ୍ତ୍ରୋପଚାର ବାବଦେ ମୋଟ ସାଢେ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଆୟୁଷ୍ମାନ କାର୍ଡ ମାଧ୍ୟମରେ ଡେଢ ଲକ୍ଷ ଟଙ୍କା ମିଳିଥିଲେ ମଧ୍ୟ ବାକି ଟଙ୍କା ସେ ନିଜେ ଯୋଗାଡ଼ କରିବାକୁ ପଡ଼ିଛି। ଏହାରେ ତାଙ୍କ ପରିବାର ଅର୍ଥନୈତିକ ଭାବେ ଚୁର୍ମାର ହୋଇପଡ଼ିଛି।
କିଛିଦିନ ପୂର୍ବରୁ ନୂଆପଡା ଜିଲ୍ଲାପାଳ ରେଡକ୍ରସ୍ ପାଣ୍ଠି ମାଧ୍ୟମରେ ୧୦,୦୦୦ ଟଙ୍କା ସହାୟତା କରିଥିଲେ। ଯଦିଓ ଏହି ସହାୟତା ଅତି ସ୍ୱଲ୍ପ, ତଥାପି ବିପଦ ସମୟରେ ଏହାକୁ କିର୍ତ୍ତନ ବାଗ ଅନେକ ଉପକାର ଭାବରେ ନେଇଛନ୍ତି ଏବଂ ଜିଲ୍ଲାପାଳଙ୍କ ଉଦାରତାକୁ ବହୁ ପ୍ରଶଂସା କରୁଛନ୍ତି।
ବର୍ତ୍ତମାନ କିର୍ତ୍ତନ ବାଗଙ୍କ ଭରସା ହେଉଛି ତାଙ୍କ ପତ୍ନୀ ଓ ଦୁଇ ଝିଅ। ଅର୍ଥନୀତିକ ଅସମର୍ଥତାରେ ସେମାନଙ୍କ ଜୀବନ ଦୁର୍ଦଶାରେ ପଡିଛି। ଚିକିତ୍ସା ଜାରି ରଖିବା ପାଇଁ ସେ ପୁଣିଥରେ ସମାଜର ସହୃଦୟ ବ୍ୟକ୍ତି, ସଂସ୍ଥା ଓ ଦାତାମାନଙ୍କ ନିକଟରେ ଆର୍ଥିକ ସହାୟତା ପାଇଁ ଆକୁଲ ଆହ୍ୱାନ କରୁଛନ୍ତି।
📞 ଯୋଗାଯୋଗ: କିର୍ତ୍ତନ ବାଗ – 9937703026

