ନୁଆପଡ଼ା : (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଖରିଆରରୋଡ଼ ଶିଶୁ ବିଦ୍ୟା ମନ୍ଦିର ର ୪୨ ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମନୋଜ ଡାଗା ଯୋଗଦେଇ ଥିବାବେଳେ ସାମ୍ମାନିତ ଅତିଥି ଭାବରେ ମହାବୀର ପ୍ରସାଦ ଅଗ୍ରୱାଲ ଯୋଗ ଦେଉଥିଲେ । ଆଚାର୍ଯ୍ୟା ରିତାରାଣୀ ସୁନା ମଞ୍ଚ ପରିଚାଳନା କରିଥିବା ବେଲେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପକୁମାର ବାବୂ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡ଼ାପ୍ରମୁଖ ଖେଦୁରାମ ସାହୁ ଶିଶୁ ଭାଇ ଭଉଣୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏହି କ୍ରୀଡ଼ା ଦୁଇଦିନ ଧରି ଚାଲିଥିଲା । ଏଥିରେ ଶିଶୁ ପ୍ରାରମ୍ଭ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଧୁ ବର୍ଗ, ବାଲବର୍ଗ, କିଶୋର ବର୍ଗରେ ବିଭିନ୍ନ ଇଭେଣ୍ଟ ରେ ପ୍ରାୟ ଅଢେଇ ଶହ ଶିଶୁ ଭାଇ, ଭଉଣୀ ଭାଗ ନେଇଥିଲେ । ଶିଶୁ ବର୍ଗ ରେ ଭାଇ ଋତୁରାଜ ଶବର, ବାଳ ବର୍ଗରେ ଭାଇ ଈଶ୍ୱର ମାଝୀ, ଭଉଣୀ ଆରତୀ ସାହୁ,କିଶୋର ବର୍ଗରେ ଭାଇ ବାଳ କ୍ରୀଷ୍ଣା ଶବର, ଭଉଣୀ ସନିଆ ସାହୁ ଚାମ୍ପିୟନ ହୋଇଥିଲେ । ବିଦ୍ୟାଳୟ ର ବରିଷ୍ଠ ଅଚାର୍ଯ୍ୟ ଅନ୍ତର୍ଯ୍ୟାମୀ ପରିଡା, ବୈଶାଖୁ ହାତୀ, ବେଦରାଣୀ ଶତପଥି, କୁମଦିନିଭୁକ୍ତା, ଲେସକୁମାରୀ ସାହୁ ଙ୍କ ସହିତ ସମସ୍ତ ଆଚାର୍ଯ୍ୟ, ଆଚର୍ଯା, ସେବକ ସେବିକା ସହଯୋଗ କରିଥିଲେ । ବିଦ୍ୟାଳୟ ସ୍ତରରେ ପ୍ରତ୍ୟେକ ଇଭେଣ୍ଟ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭାଇ ଭଉଣୀ ସଂକୁଳ ସ୍ତର କୁ ଖେଳିବା ପାଇଁ ଯିବେ ।
ଖରିଆରରୋଡ଼ ଶିଶୁ ମନ୍ଦିର ର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ
Sunday, November 30, 2025
0