ଆଜତକ୍ ଓଡ଼ିଶା ନ୍ୟୁଜ ବ୍ୟୁରୋ , ୦୧ ଡିସେମ୍ବର : ଓଡ଼ିଶାରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡେରସନ୍ ଫର୍ ଦିବ୍ୟାଙ୍ଗ (ଓଏସଇଏଫ୍ଡି) ପକ୍ଷରୁ ଶ୍ରୀ ଜିତେନ୍ଦ୍ର ବିଶ୍ବାଳଙ୍କୁ ବିଶେଷ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ୨୦୧୭ ମସିହାରୁ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଉତ୍ତମ ଶିକ୍ଷା ଓ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସଂଘ ଅବିରତ ଭାବେ ଲଢ଼ୁଥିଲା। ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ତତ୍ତ୍ବାବଧାନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ପରେ, ଓସେପା ପକ୍ଷରୁ ଘୋଷଣା କରାଯାଇଛି ଯେ ସରକାର ସ୍ୱତନ୍ତ୍ର ଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି କରିବ। ଏହି ଦିନ ସଂଘର ନେତୃବୃନ୍ଦ ଶ୍ରୀ ଜିତେନ୍ଦ୍ର ବିଶ୍ବାଳଙ୍କୁ ସାକ୍ଷାତ କରି, ଦୀର୍ଘ ଦିନର ମାର୍ଗଦର୍ଶନ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ଆୟୁଷ୍ମାନ ଚୌଧୁରୀ, ହିତେଶ ମହାନ୍ତ, ଅଶ୍ୱିନୀ ମୁଦୁଲି, ରୋହିତ ସେଠି ଓ ଅଭୟ କୁମାର ପ୍ରଧାନ ଉପସ୍ଥିତ ଥିଲେ।
ଓଏସଇଏଫ୍ଡି ପକ୍ଷରୁ ଜିତେନ୍ଦ୍ର ବିଶ୍ବାଳଙ୍କୁ ଧନ୍ୟବାଦ ଓ ସମ୍ବର୍ଦ୍ଧନା
Monday, December 01, 2025
0

Tags