ସିନ୍ଧେକେଲା ଜୟ ମାଁ ଦ୍ୱାରସେହ୍ନି ଫୁଟବଲ ଦ୍ଵିତୀୟ ସେମିଫାଇନାଲ (କୁହୁରା କୁ ହରାଇ ସିନ୍ଧେକେଲା ଫାଇନାଲରେ ପ୍ରବେଶ) ସିନ୍ଧେକେଲା ଓ ଝଲପ ମଧ୍ୟରେ ଫାଇନାଲ

ଆଜତକ ଓଡ଼ିଶା
0

ସିନ୍ଧେକେଲା,୧୨/୧୧ (ଦୀନେଶ ଜୈନ) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲି ଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ସ୍ଥାନୀୟ ଜୟ ମାଁ ଦ୍ୱାରସେହ୍ନି ଫୁଟବଲ କ୍ଲବ ପକ୍ଷରୁ ବିଗତ ଦିନରୁ ଚାଲିଥିବା ଫୁଟବଲ ପ୍ରତିଯୋଗିତାର ବୁଧବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ କୁହୁରା ଓ ସିନ୍ଧେକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଖେଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସିନ୍ଧେକେଲା ଦଳର ଖେଳାଳିମାନେ ସୁନ୍ଦର ଖେଳର ପ୍ରଦର୍ଶନ କରି ୩-୧ ଗୋଲରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛନ୍ତି । ଫାଇନାଲ ମ୍ୟାଚ ଗୁରୁବାର ସିନ୍ଧେକେଲା ଓ ଝଲପ ମଧ୍ୟରେ ଅନୁଷ୍ଠିତ ହେବ । ଦ୍ଵିତୀୟ ସେମିଫାଇନାଲ ଖେଳରେ ଅତିଥି ଭାବରେ ଚାନ୍ଦୋତରା ସରପଞ୍ଚ ଜିତେନ ବଚ୍ଛା , ଝଲପ ସରପଞ୍ଚ ପ୍ରତିନିଧି ଗୋବିନ୍ଦ ପୁଟେଲ , ଅରସାତୁଲା ସରପଞ୍ଚ ପ୍ରତିନିଧି ଟଙ୍କଧର ପୁଟେଲ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଛବି ନାୟକ ରେଫରି ଭାବେ ଯୋଗଦେଇ ଖେଳ ପରିଚାଳନା କରିଥିବା ବେଳେ ଶେଷଦେଵ ମଳିକ ଓ ବିଶେଶ୍ୱର ପ୍ରଧାନ ଲାଇନ ରେ ସହଯୋଗ କରିଥିଲେ । ନୌରାଜ ରଣା ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆୟୋଜକ କମିଟିର ଵିଟୁ ସାହୁ , ରାଜେଶ ତ୍ରିପାଠୀ , ବିଶ୍ୱ ପୁରୋହିତ , ହେମନ୍ତ ସାହୁ , ଓକିଲ ସାହୁ , ଜିଲୁ ବିଶ୍ୱାଳ , ପ୍ରେମ ମଳିକ , ସୁଜିତ ସରାଫ , ବଣ୍ଟି ସାହୁ , ଶିବାନନ୍ଦ ସାହୁ , ଦେବାଶିଷ ସାହୁ , ଆକାଶ ସାହୁ , ସଞ୍ଜୟ ସାହୁ , ଅଙ୍କିତ ସାହୁ , ମଣ୍ଟୁ ସାହୁ , ରିକି ସାହୁ , ବିଶେଷ ସାହୁ , ରିଶବ ଜୈନ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default