କାକଟପୁର (୧୨/୧୧ ଅଲେଖ ବିଶ୍ଵାଳ ) କାକଟପୁର ବ୍ଲକ କଣ୍ଟାପଡା ଗ୍ରାମ ପଞ୍ଚାୟତ ଗମ୍ଭାରିପଦା ଗ୍ରାମର ଆଦର୍ଶ ଶିକ୍ଷକ ଲକ୍ଷ୍ମୀଧର ସାର ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ସାରଙ୍କ ଫଟୋ ଚିତ୍ର ରେ ବରିଷ୍ଠ ଅତିଥି ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ପରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ବରିଷ୍ଠ ଆଇନୀଜୀବି ପ୍ରଫୁଲ ନାୟକ,ଇଂ ଇନ ଚିଫ ଗତି କୃଷ୍ଣ ପ୍ରସାଦ, ସୁପର ଟେଡିଂ ଇଂ ନିରୋଜ କୁମାର ଦାଶ, ସମରେନ୍ଦ୍ର ଦୀକ୍ଷିତ, ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ବାସନ୍ତୀ ନାୟକ, ନଳିନୀ କାନ୍ତ ଦୀକ୍ଷିତ, ବିଶ୍ୱଜିତ ଦାଶ, ଦୀପକ ଶତପଥି, ଜଳନ୍ଧର ନାୟକ, ଅଭୟ ଖୁଣ୍ଟିଆ, ଅରକ୍ଷିତ କାଣ୍ଡି, ଅବଧୁତ ସ୍ୱାଇଁ, ଯଶୋବନ୍ତ ନାରାୟଣ ମହାନ୍ତି, ମଙ୍ଗଳା ପ୍ରସାଦ ସାମନତରାୟ ପ୍ରମୁଖ ଯୋଗଦେଇ ଲକ୍ଷ୍ମୀଧର ସାର ଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଅଣାକ୍ଷର ସତସଙ୍ଗ ମେଳା ଶୁକପୋଖରୀ ପକ୍ଷରୁ ଶରତ ଚନ୍ଦ୍ର ଦାଶ ଙ୍କ ତତ୍ୱାବଧାନ ରେ ଗୀତା ଯଜ୍ଞ, ବେଦ ଧ୍ଵନି ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଗ୍ରାମ ବାସୀ ଙ୍କ ସମେତ ପରିବାର ବନ୍ଧୁବର୍ଗ ଓ ଆତ୍ମୀୟ ସ୍ୱଜନ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ଲକ୍ଷ୍ମୀଧର ସାର ଙ୍କ ସ୍ମୃତିରେ ଗୀତା ଯଜ୍ଞ ବେଦ ପାଠ
Wednesday, November 12, 2025
0

Tags