ଷ୍ଟୁଡେଣ୍ଟ ଡ୍ରପ୍ ଆଉଟ ରୋକିବା ପାଇଁ ଅଭିନବ କାର୍ଯ୍ୟକ୍ରମ: ଗଣଦୌଡ଼
ବଲାଙ୍ଗୀର:-(ଗଣେଶ ଦାସ):- ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଦିଲ୍ଲିପ କୁମାର ଯୋଶୀଙ୍କ ମାର୍ଗଦର୍ଶନ ଓ ପ୍ରଧାନ ଶିକ୍ଷକ ରାମ ନାରାୟଣ ଦାଶଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ନେଇ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବ୍ଲକ କଲୋନୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ବୁଡେକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଉପସ୍ଥିତ ଥିଲେ। ଷ୍ଟୁଡେଣ୍ଟ ଡ୍ରପ୍ ଆଉଟକୁ ରୋକିବା ତଥା ବିଦ୍ୟାଳୟରେ ବାରମ୍ବାର ଅନୁପସ୍ଥିତି ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଉଦ୍ଦେଶ୍ୟ ଥିଲା। ପୁରାତନ ବିଦ୍ୟାଳୟରୁ ନୂତନ ବିଦ୍ୟାଳୟ ପର୍ଯ୍ୟନ୍ତ ଗଣଦୌଡ଼ରେ ପାଖାପାଖି ୬୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ପରେ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଭାରତର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଭାରତରତ୍ନ ମୌଲାନା ଆବୁଲ କାଲମ ଆଜାଦଙ୍କ ଜୟନ୍ତୀ ଅବସରରେ ଶିକ୍ଷାକୁ ସୁଧାର ଆଣିଥିବା ବିଭିନ୍ନ ପନ୍ଥାଗୁଡ଼ିକୁ ଅତିଥିଗଣ ଛାତ୍ରଛାତ୍ରୀଙ୍କ ଆଗରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ଅବିନାଶ ଭୋଇ, ଦୀପକ ସେନ ଧରୁଆ,ସୁଦର୍ଶନ ଦାଶ,ସମୀର ସେଠି, ହିମାଂଶୁ ବିଶ୍ଵାଳ, ଦେବେଶ ହୋତା, ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, ତପସ୍ଵିନୀ ପଟେଲ, ଶ୍ରଦ୍ଧାଞ୍ଜଳି ନନ୍ଦ, ଦ୍ରୌପଦୀ ଭୋଇ, କାନ୍ତି ଭୋଇ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର ଓ ମନରଞ୍ଜନ ପରିଡ଼ା ପରିଚାଳନା କରିଥିଲେ।


