ବୁଗୁଡ଼ାରେ କାର୍ତ୍ତିକେଶ୍ୱର ପୂଜା ମହାସମାରୋହରେ ଆରମ୍ଭ

ଆଜତକ ଓଡ଼ିଶା
0

ଗଞ୍ଜାମ/ବୁଗୁଡ଼ା, ୦୨/୧୧ (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବଡ଼ଦାଣ୍ଡ ଠାରେ ବିରଞ୍ଚିନାରାୟଣ ପୂଜା କମିଟି ପକ୍ଷରୁ ଦେବସେନାପତି ଭଗବାନ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପୂଜା ମହାସମାରୋହ ଆରମ୍ଭ ହୋଇଯାଇଛି। ପୂଜା ଆରମ୍ଭ ସହିତ ସମଗ୍ର ବୁଗୁଡ଼ା ଅଞ୍ଚଳ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶରେ ଭାସିଯାଇଛି। ପୂଜା କମିଟି ତରଫରୁ ଏହି ଅବସରରେ ଭବ୍ୟ ଆଲୋକ ସଜା ଓ ସାଜସଜ୍ଜା କରାଯାଇଛି। ପୁରୋହିତ ମହାଶୟଙ୍କ ନିତ୍ୟକାର୍ଯ୍ୟ ଅନୁସାରେ ଯଥା ରୀତିନୀତି ମାନି ପୂଜାପାଠ ସମ୍ପାଦନ କରାଯାଇଛି।ଠାକୁରଙ୍କ ଦର୍ଶନ ଓ ସନ୍ଧ୍ୟା ଆଳତି ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ପୂଜା ଅବସରରେ ଆଗାମୀ ଦିନ ମଧ୍ୟେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହେବା ଆଶା କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default