ଚାଣ୍ଟିପଳା ରେ ଓଡ଼ିଆ ଭାଷା ସାହିତ୍ୟ ଓ କଳା ପ୍ରତିଭା ଚୟନ କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0

ସିନ୍ଧେକେଲା,୨/୧୧ (ଦିନେଶ ଜୈନ) ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଚାଣ୍ଟିପଳା ଉନ୍ନୀତ ହାଇସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ଠାରେ ଲୁକ୍କାୟିତ ହୋଇ ରହିଥିବା ଆମ ଓଡ଼ିଆ ମାତୃଭାଷା ଓ କଳା ସଂସ୍କୃତି ପ୍ରତିଭା କୁ ଲୋକଲୋଚନକୁ ଆଣିବା ପାଇଁ ଏକ ବିକଶିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମାଝୀଙ୍କ ଉଦ୍ୟମରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ସଙ୍ଗୀତ ଗୁରୁ ରବୀନ୍ଦ୍ର ସାଏଙ୍କ ଦ୍ୱାରା ଶିକ୍ଷା ଅଧ୍ୟୟନ କରୁଥିବା ଓଡିଶୀ ସଂଗୀତ ଲୋକନୃତ୍ୟ ଏବଂ ଓଡିଶୀ ନୃତ୍ୟ ଛାତ୍ରୀ ଭାରତୀ ଭୋଇ , ଲକ୍ଷ୍ମୀ ଗହୀର , ପ୍ରଭାସିନୀ ବଛା , ବନବାସୀ ଭୋଇ , ରେଖା ବଗର୍ତ୍ତି , ଟୁନି ନାଗ , କଂସାରି ବନଛୋର , ତିଥି ଚିନାଗୁନ ପ୍ରମୁଖ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଛାତ୍ରୀ କେତକୀ ଚନ୍ଦନ ଦ୍ୱାରା ପରିବେଷଣ ମାଏଲାଜଡ଼ ନୃତ୍ୟ ଉପସ୍ଥିତ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଗଣିତ ଶିକ୍ଷକ କାମଦେବ ଜାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ବୈଜେନ୍ତି ସୁବୁଦ୍ଧି , ରିତା ମେହେର , ଶିକ୍ଷକ ମହେନ୍ଦ୍ର ଆଡ଼ଜୁଆଡ଼ , ଜିତେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default