ମହାବିଦ୍ୟାଳୟ ମରାମତି ନାଁରେ ରଙ୍ଗ ମାରି ହରିଲୁଟ୍ ଅଭିଯୋଗ

ଆଜତକ ଓଡ଼ିଶା
0

ଅସ୍ତରଙ୍ଗ (୦୨/୧୧ ଅଲେଖ ବିଶ୍ୱାଳ):
ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ମହାତ୍ମା ଗାନ୍ଧୀ ଡିଗ୍ରୀ ମହାବିଦ୍ୟାଳୟ ମରାମତି ପାଇଁ ଅନୁଦାନ ହୋଇଥିବା ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗ ଉଠିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ଅଧୀନରେ ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଅସ୍ତରଙ୍ଗରେ ଅବସ୍ଥିତ ଉକ୍ତ ମହାବିଦ୍ୟାଳୟ ମରାମତି ପାଇଁ ୨ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା। କିନ୍ତୁ ମରାମତି କାମ ହୋଇନଥିବା ସତ୍ତେ ରଙ୍ଗ ମାରି ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ମିଳିଛି।ବିଜେଡି ପକ୍ଷରୁ ଏହାକୁ “ଡବଲ ଇଞ୍ଜିନ ସରକାରଙ୍କ ଡବଲ ଧୋକା” ବୋଲି କହାଯାଇଛି। ପାର୍ଟି ଅଭିଯୋଗ କରିଛି ଯେ ନବୀନ ସରକାରଙ୍କ ଯୋଜନାକୁ ରଙ୍ଗ ମାରି ସାଧାରଣ ଲୋକଙ୍କ ଅର୍ଥ ତୋଷରପାତ କରାଯାଉଛି। ଏହି ଅଭିଯୋଗ ସମ୍ପର୍କରେ ଅସ୍ତରଙ୍ଗ ବ୍ଲକ ଉନ୍ନୟନ ଅଧିକାରିଣୀ ସସ୍ମିତା ବେହେରା, କନିଷ୍ଠ ଓ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଧରିନଥିଲେ। ସାଧାରଣ ମହଳ ଦାବି କରୁଛି ଯେ ଏହି ଅଭିଯୋଗ ଉପରେ ବିଭାଗୀୟ ତଦନ୍ତ ସହିତ ଭିଜିଲାନ୍ସ ତଦନ୍ତ ଆବଶ୍ୟକ ହେବା ଆବଶ୍ୟକ।

Post a Comment

0 Comments

Please Select Embedded Mode To show the Comment System.*

3/related/default