ବାଇକ୍ ରାଲି ସହ ବିପୁଳ ଜନସମର୍ଥନ, ମହିଳାମାନେ ଝୁଟି କାଟି କଲେ ସ୍ବାଗତ
ନୂଆପଡ଼ା, ୦୨ ନଭେମ୍ବର ୨୦୨୫ (ବିରବଲ ପ୍ରଧାନ): ନୂଆପଡ଼ା ଉପନିର୍ବାଚନକୁ ଲକ୍ଷ୍ୟ କରି ବିଜେପି ପକ୍ଷରୁ ପ୍ରଚାର ଜୋରଦାର ଭାବେ ଆରମ୍ଭ ହୋଇଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜି କୋମନା ବ୍ଲକ ଜିଲ୍ଲା ପରିଷଦ ଜୋନ–୨ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତରେ ଜନସମ୍ପର୍କ ଓ ନିର୍ବାଚନ ପ୍ରଚାର କରିଛନ୍ତି। ବାଇକ୍ ରାଲି ସହିତ ହୋଇଥିବା ଏହି ପ୍ରଚାର ଅଭିଯାନରେ ବିପୁଳ ଜନସମର୍ଥନ ଦେଖାଗଲା। ମହିଳାମାନେ ଘର ସମ୍ମୁଖରେ ଝୁଟି କାଟି ଜୟ ଢୋଲକିଆଙ୍କୁ ସ୍ବାଗତ କରିଥିଲେ। ଏହି ସମୟରେ ଜୟ ଢୋଲକିଆ କହିଛନ୍ତି ଯେ, “ନିଜ ବାପାଙ୍କ ସମାଜସେବା ମୋ ପାଇଁ ପ୍ରେରଣା, ଜନସେବା ହେଉଛି ମୋର ଜୀବନର ଏକମାତ୍ର ଲକ୍ଷ।” ପ୍ରଚାର ଅଭିଯାନରେ ସେ ଦାବୀରି, ଗଣ୍ଡାମେର, ଲର୍କି, ନେହେରୁ ନଗର, କଟାପାଲି ଓ ଦାନୋଝୋଲା ଗ୍ରାମପଞ୍ଚାୟତକୁ ସମ୍ପର୍କ କରିଥିଲେ।
 |
| କୋମନା ବ୍ଲକରେ ବାଇକ୍ ରାଲି ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପ୍ରଚାର ସମୟର ଦୃଶ୍ୟ |