ବଙ୍ଗୋମୁଣ୍ଡା ରେ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଆଲୋଚନାଚକ୍ର

ଆଜତକ ଓଡ଼ିଶା
0

ବଙ୍ଗୋମୁଣ୍ଡା, ୦୩।୧୧ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ରେ ଥିବା ବାବା ମଠ ଠାରେ ବଲାଙ୍ଗୀର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଥମେ ସନ୍ଥକବି ଭୀମ ଭୋଇ ଙ୍କ ଫଟୋ ଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ହୋଇଥିଲା । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ମଣ୍ଡଳ, ରାଜ୍ୟ ଏକ୍ସ୍ କ୍ୟାଡ଼ର ସଭାପତି ଜୟନ୍ତୀଲାଲ୍ ସାହୁ, ବରିଷ୍ଠ ଶିକ୍ଷକ ହରିରାମ ସତନାମୀ ଯୋଗ ଦେଇଥିଲେ। ବ୍ଲକ୍ ଶିକ୍ଷକ ସଂଘ ସଭାପତି କୋଷରାଜ ବେହେରା ଉକ୍ତ ବୈଠକରେ ସଭାପତିତ୍ବ କରିଥିଲେ। ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ଜଣାଇଥିଲେ। ରାଜ୍ୟ ସରକାର ଙ୍କ ଅଧୀନ ରେ କାର୍ଯ୍ୟରତ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅବିକଳ କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ ସହ ଚାକିରୀ କାଳୀନ ପ୍ରମୋସନ୍ ଏବଂ କନିଷ୍ଠ ଶିକ୍ଷକ (ଯୋଜନାଭିତ୍ତିକ) କୁ ରେଗୁଲାର ଏବଂ ୬ ବର୍ଷ ଠିକା ସମୟ କୁ ମୂଳ ଚାକିରୀ ରେ ଗଣନା କରିବା ନିମନ୍ତେ ଜଣାଇଥିଲେ। ତତ୍ ସହ ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରଚଳନ ହେବା କୁ ଥିବା ୟୁଏସ ସିଷ୍ଟମ୍ କୁ ତୀବ୍ର ବିରୋଧ କରିଥିଲେ। ଏନ ଇ ପି ୨୦୨୦ ଲାଗୁ ହେବା ଫଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଧାର ହେବା ପରିବର୍ତ୍ତେ ଦୁର୍ଵଳ ହେଇ ପଡୁଛି। ତେଣୁ ଏହାର ସ୍ଥାୟୀ ସମାଧାନ ସହ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା କୁ ଗୁରୁତର ସହ ବିଚାର କୁ ନେଇ ଯଦି ରାଜ୍ୟ ସରକାର ଏହାର ସମାଧାନ ନ କରନ୍ତି, ତେବେ ଆଗାମୀ ଶୀତକାଳୀନ ବିଧାନସଭା ଅଧିବେଶନରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଆନ୍ଦୋଳନ କୁ ଓହ୍ଲାଇବ ବୋଲି କଡ଼ା ଚେତାବନୀ ଦେଇଛି। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ରାଘବ ବାଗ, ନରହରି ସାହୁ, ଜିଲ୍ଲା ସଭାପତି ଅମର ବାଗ୍, ନରେଶ ସେଠ୍, ଦେବକାନ୍ତ ମେହେର, ରାଜ୍ୟ ଉପସଭାପତି ଚିନ୍ତାମଣି ପାଢ଼ୀ, ବୁଲୁ ହିଆଲ୍, ମୁଖ୍ୟବକ୍ତା ଠଣ ସୁନ୍ଦର ତାଣ୍ଡି ଓ ମାନସୀ ସତନାମୀ ଯୋଗ ଦେଇଥିଲେ। ଆଜି ର ଏହି ବୈଠକ ଶିକ୍ଷକ ଲଳିତ ସାହୁ ର ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ରଞ୍ଜନ ମଲ୍ଲିକ, ଜୟକୃଷ୍ଣ ମେହେର୍, ଡୋଳେନ୍ଦ୍ର ମେହେର, ତୀବ୍ରରାଜ ମେହେର, ଭଜମନ ବିଶ୍ବାଳ, ମନୋଜ ବେହେରା, ଦୀପକ ବେହେରା, ଭାସ୍କର ଚନ୍ଦ୍ର ପ୍ରଧାନ ସହଯୋଗ କରିଥିବା ବେଳେ ସୁରେଶ ବେହେରା ସଭା ପରିଚାଳନା କରିଥିଲେ। ଏଥିରେ ଜିଲ୍ଲା ର ବିଭିନ୍ନ ବ୍ଲକ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default