ଝରୀଗାଁ (ବୁଦୁରାମ ଗଣ୍ଡ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡ଼ା ମାଁ ଦନ୍ତେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅଖିଳ ଭାରତୀୟ ଆଦିବାସୀ ଭତରା ବିକାଶ ପରିଷଦ ପକ୍ଷରୁ ନୂତନ ଜିଲ୍ଲା କମିଟି ଚୟନ ଓ ଶପଥ ପାଠ ଉତ୍ସବ ଉତ୍ସାହମୂଖର ପରିବେଶରେ ଅନୁଷ୍ଠିତ ହୋଇଲା। ଅନୁଷ୍ଠାନରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବର୍ତ୍ତମାନ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, କେନ୍ଦ୍ରୀୟ ସଭାପତି ଜଗଦିଶ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଅର୍ଜୁନ ଭତରା, ମୁଖ୍ୟ ନିର୍ବାଚନ ଅଧିକାରୀ ଦାମୁଧର ପୂଜାରୀ, କେନ୍ଦ୍ରୀୟ ସମ୍ପାଦକ ଗୋପୀ ମାଝୀ ଓ ଛତିଶଗଡ଼ ରାଜ୍ୟ ସଭାପତି ଲଳିତ ପୂଜାରୀ ଉପସ୍ଥିତ ଥିଲେ। ଦନ୍ତେୱାଡାଠାରୁ ଆସିଥିବା ପୂଜାରୀ ହରେନ୍ଦ୍ରନାଥ ଜିହ୍ୱାଙ୍କ ନେତୃତ୍ୱରେ ମାଁ ଦନ୍ତେଶ୍ୱରୀଙ୍କ ଅର୍ଚ୍ଚନା ପରେ ମଧ୍ୟାହ୍ନରେ ନୂତନ କମିଟି ଚୟନ ହେଲା। ଅପରାହ୍ନ ୨ଟାରେ ନୂତନ କମିଟି ସଦସ୍ୟମାନେ ମାଁ ଦନ୍ତେଶ୍ୱରୀଙ୍କ ନାମେ ଶପଥ ଗ୍ରହଣ କରି ଜାତିର ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି ଓ ସଂସ୍କୃତି ସୁରକ୍ଷା ନିମନ୍ତେ ସଚେତନ ଭାବେ କାମ କରିବାର ପ୍ରତିଜ୍ଞା କଲେ।
ନୂତନ ଜିଲ୍ଲା କମିଟିରେ ଜଗନ୍ନାଥ ମାଝୀଙ୍କୁ ସଭାପତି, ରାମଧର ମାଝୀଙ୍କୁ ଉପସଭାପତି, ପ୍ରତାପ ଚନ୍ଦ୍ର ନାୟକଙ୍କୁ ସାଧାରଣ ସମ୍ପାଦକ, ଜୟରାମ ଭତରାଙ୍କୁ ସଂଯୋଜକ, ଚନ୍ଦ୍ରୁ ପୂଜାରୀଙ୍କୁ କୋଷାଧକ୍ଷ ଓ ହରିହର ବେହେରାଙ୍କୁ ଆର୍ଥିକ ସମୀକ୍ଷକ ଭାବେ ଚୟନ କରାଯାଇଛି। ସେହିପରି ଦଶଟି ବ୍ଲକର ସଭାପତି ଭାବେ ଅନୁକ୍ରମେ ସଦାନନ୍ଦ ଭତରା (ଝରୀଗାଁ), ଡମ୍ବରୁଧର ପୂଜାରୀ (ଉମରକୋଟ), ମୋହନ ନାୟକ (ଡାବୁଗାଁ), ସଦାଶିବ ନାୟକ (ପାପଡାହାଣ୍ଡି), ଅନ୍ତରାମ ନାୟକ (କୋଷାଗୁମୁଡ଼ା), ଅଭିମନ୍ୟୁ ମାଝୀ (ନବରଙ୍ଗପୁର), ସୂର୍ଯ୍ୟନାରାୟଣ ରନ୍ଧାରୀ (ତେନ୍ତୁଳୀଖୁଣ୍ଟି), ସେନୀନ୍ଦ୍ର ସୋରି (ଚନ୍ଦାହାଣ୍ଡି) ଓ ହେମନ୍ତ ଭତରା (ରାଇଘର) ଚୟନିତ ହେଲେ। ଏହି ଅବସରରେ ବିଭିନ୍ନ ବ୍ଲକ ଓ ନଗରପାଳିକାର ଅଧିକାରୀ ଓ ସଦସ୍ୟମାନେ — ଯଥା ଦୁର୍ଗା ମାଝୀ, ରାଧା ଭତରା, ବୀଣା ମାଝୀ, ଓ ଲିପିକା ମାଝୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଫଳ ପରିଚାଳନା ଘନ ଭତରା କରିଥିଲେ।


