ତିନିଦିନ ବ୍ୟାପି ଜାଗୃତି ମହାମଙ୍ଗଳ ଯଜ୍ଞ ଆସନ୍ତା ୭ରେ : ଓଡିଶା-ପଶ୍ଚିମବଂଗରୁ ଯୋଗଦେବେ ହଜାର ହଜାର ଶ୍ରଦ୍ଧାଳୁ
ଜଳେଶ୍ୱର,୩/୧୧ (ଜଗନ୍ନାଥ ଗୋଛାୟତ) ଶ୍ରୀ ଅନୁକୂଳଚନ୍ଦ୍ରଙ୍କର ୧୩୮ତମ ଶୁଭ ଆବିର୍ଭାବ ସ୍ମରଣେ ପ୍ରିୟ ପରମ ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ର ଚର୍ଯ୍ୟାଶ୍ରମ ଦ୍ୱାରା ଆୟୋଜିତ ହେବାକୁ ଥିବା ଜାଗୃହି ମହା ମଙ୍ଗଳ ଯଜ୍ଞ ପାଇଁ ସୋମବାର ୩ ଘଟିକା ସମୟରେ ଜାତୀୟ ରାଜପଥ ନନ୍ଦିକା ବାଇପାସ ସନ୍ନିକଟ ଏକ ଚର୍ଯ୍ୟାଶ୍ରମରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।ଜୀବନ ସାଧାରଣଙ୍କର ଚରମ ମୁକ୍ତିକୁ ଅନାୟାସଲଭ୍ୟ କରି ବିଶ୍ୱକୁ ମହାକ୍ରଷଣରେ କେନ୍ଦ୍ରମୁଖୀ କରି ଚାଲିଛନ୍ତି ପରମପବିତ୍ର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର।ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଶୁଭ ଆବିର୍ଭାବର ସ୍ମରଣେ "ଜାଗୃହି ମହା ମଙ୍ଗଳ ଯଜ୍ଞ" ନଭେମ୍ବର ୭ ରୁ ନଭେମ୍ବର ୯ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ଯଜ୍ଞାଦୀ ଆର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଉକ୍ତ ମହାମଙ୍ଗଳ ଯଜ୍ଞରେ ବହୁ ଗଣ୍ୟମାନ୍ୟ, ଜ୍ଞାନୀ ଗୁଣି ଓ ବହୁ ଈଶ୍ୱରପ୍ରେମୀ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ସହିତ ପ୍ରିୟପରମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ପୌତ୍ର ପୂଜ୍ୟପାଦ ବିଦ୍ୟୁତ ରଞ୍ଜନ ଚକ୍ରବର୍ତ୍ତୀ, ପୂଜ୍ୟପାଦ ଡ. ବୁଦ୍ଧଦେବ ଚକ୍ରବର୍ତ୍ତୀ, ପୂଜ୍ୟପାଦ ବିନାୟକ ଚକ୍ରବର୍ତ୍ତୀ ଓ ପ୍ରପୌତ୍ର ପୂଜନୀୟ ବୌଧାୟନ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହିବାର ସମ୍ମତି ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ୨୦ ହଜାର ଶ୍ରଦ୍ଧାଳୁ ଯୋଗ ଦେବା ସହିତ ପ୍ରଥମ ଦିନ ସକାଳ ୭ ଟା ୫ ମିନିଟରେ ସମବେତ ପ୍ରାର୍ଥନା ଓ ସତ୍ୟାନୁଶରଣ ପାଠ, ୯ ଟାରେ ବିଶ୍ବଶାନ୍ତି ହୋମ ଯଜ୍ଞ, ଆନନ୍ଦ ବଜାର, ଅପରାହ୍ନରେ ସଂକୀର୍ତ୍ତନ ଓ ନଗର ପରିକ୍ରମା, ସେହିପରି ୮ ତାରିଖ ସକାଳ ୯ ଘଟିକା ୩୦ ମିନିଟରେ ରକ୍ତଦାନ ଶିବିର, ସ୍ମରଣିକା ଉନ୍ମୋଚନ ଓ ଶ୍ରେୟ ସମ୍ବର୍ଦ୍ଧନା ସହିତ ସତସଙ୍ଗୀର "ଜୀବନ ଚର୍ଯ୍ୟା" ପ୍ରଶ୍ନୋତ୍ତର ଓ ପିଲା ମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା, ସନ୍ଧ୍ୟାରେ ଠାକୁରଙ୍କ ଭାବଧାରା ଉପରେ ନାଟକ "ଅଭାବରୁ ମୁକ୍ତି" ପରିବେଷଣ ହେବ।୯ ତାରିଖ ସକାଳେ ସମୂହ ଥାଲକୁଡ଼ି ପତ୍ର ସେବନ, ପରେ ଧ୍ୟାନ, ମାତୃ ସମ୍ମିଳନୀରେ ଆଲୋଚ୍ୟ ବିଷୟ "ସନ୍ତାନର ଚରିତ୍ର ଗଠନରେ ମା' ମାନଙ୍କର ଭୂମିକା" ସହିତ ଅପରାହ୍ନ ୨ ଟା ୩୦ ମିନିଟରେ ପିଲା ମାନଙ୍କୁ ନେଇ ବକୃତା ଓ ସଂଗୀତ ପ୍ରତିଯୋଗିତା, ବକ୍ତୃତା ବିଷୟ-"ଅଭ୍ୟାସ ବ୍ୟବହାର ଭଲ ଯେତେ-ଶିକ୍ଷାହିଁ ତାର ଜାଣିଥା ସେତେ"।ଶେଷରେ ଅଧିବେଶନ ହୋଇ "ବର୍ତ୍ତମାନ ସମୟରେ ସଦଗୁରୁ, ସତନାମ ଓ ସତସଙ୍ଗର ଆଶ୍ରୟ ଗ୍ରହଣର ଅପରିହାର୍ଯ୍ୟତା" ବିଷୟରେ ଆଲୋଚନା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚର୍ଯ୍ୟାଶ୍ରମର ସ.ପ୍ର.ଋ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଚର୍ଯ୍ୟାଶ୍ରମର ସଭାପତି ଗଣେଷ ଚନ୍ଦ୍ର ପାଳ, ସଂପାଦକ ଶଶିକାନ୍ତ ପ୍ରଧାନ, ସଭ୍ୟ ପରାଶର ପ୍ରଧାନ, ଉପ ସଭାପତି ହେମନ୍ତ କୁମାର ଘୋଷ, କୋଷାଧ୍ୟକ୍ଷ ସରୋଜ କାନ୍ତ ଦତ୍ତ, ରୂପରଞ୍ଜନ ପ୍ରଧାନ, ସୁରେଶ ଚନ୍ଦ୍ର ଜେନା, ଗୌରହରି ସାହୁ, ଅବସରପ୍ରାପ୍ତ ରେଳ ପୋଲିସ ଅଧିକାରୀ ମଧୁସୁଦନ ଦତ୍ତ, ପାର୍ଥପ୍ରତୀମ ପ୍ରଧାନ, ସୁରେଶ ଚନ୍ଦ୍ର ଜେନା, ଗୋଲକ ବିହାରୀ ଗିରି, ମଦନ ମୋହନ କର, ଶ୍ରିହରୀ ସାହୁ, ନିରୂପମ ଜ୍ୟୋତି କର, ମୁକେଶ ଭଞ୍ଜ, ସାବିତ୍ରୀ ଜେନା, ଶୈଳବାଳା ପ୍ରଧାନ, ଜୟନ୍ତୀ ଦତ୍ତ ଓ ମିତା ଭାଟ୍ଟ ପ୍ରମୁଖ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସମସ୍ତ ସୂଚନା ଦେବା ସହ ଅଧିକ ରୁ ଅଧିକ ସହଶ୍ର ଈଶ୍ବରପ୍ରେମୀ ଉପସ୍ଥିତ ହେବାକୁ ଅନୁରୋଧ କରିଛନ୍ତି।

