ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଆନୁକୁଲ୍ୟରେ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଜୋନାଲ ସ୍ତରୀୟ ଆନ୍ତ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ମହିଳା କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ପିପୁଲ୍ସ କଲେଜ ପରିସରରେ ଅନୁଷ୍ଠିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ଯାଚରେ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବୁଗୁଡ଼ା ଦଳ ସୋମନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁଣ୍ଡମରାଇ ଦଳକୁ ୫୨-୧୪ ପଏଣ୍ଟରେ ହରାଇ ଚମ୍ପିଅନ ହୋଇଥିଲା । ଫାଇନାଲ ମ୍ୟାଚଟିକୁ ଆମ୍ପାୟର ଭଞ୍ଜ କିଶୋର ଗୌଡ ଓ ସୁନିଲ କୁମାର ନାୟକ ଏବଂ ରେଫେରି ଆକାଶ ପ୍ରଧାନ ପରିଚାଳନା କରିଥିବା ବେଳେ ସ୍କୋରର୍ ଭାବେ ଦିପକ କୁମାର ସାହୁ , ଲାଇନ୍ସମ୍ଯାନ୍ ଭାବେ ସ୍ବରାଜ ସାହୁ ଓ ଅକ୍ଷୟ ନାୟକ ନିୟୋଜିତ ଥିଲେ ।
ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ +୩ କ୍ରୀଡା ଉପଦେଷ୍ଟା ଅକ୍ଷୟ କୁମାର ସାହୁ , ସମ୍ମାନିତ ଅତିଥି ଭାବେ +୨ କ୍ରୀଡା ଉପଦେଷ୍ଟା ଆତ୍ମ ପ୍ରକାଶ ନାୟକ ଓ ଅଧ୍ୟାପକ ଦିଲ୍ଲୀପ ସେଠୀ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ କରିବା ସହ ବିଜେତା ପିପୁଲ୍ସ ଏଚଏସ୍ଏସ୍ ଦଳକୁ ଓ୍ବିନର ଟ୍ରଫି ଏବଂ ଉପବିଜେତା ମୁଣ୍ଡମରାଇ ଏଚଏସ୍ଏସ୍ ଦଳକୁ ରନର୍ ଟ୍ରଫି ପ୍ରଦାନ କରିଥିଲେ । ଏଥି ସହ ଟୁର୍ଣ୍ଣାମେଣ୍ଟର ବେଷ୍ଟ ରାଡାର ଭାବେ ବୁଗୁଡା ଏଚଏସ୍ଏସ ଦଳର ଖେଳାଳି ରଶ୍ମିତା ଦଳେଇ ଓ ବେଷ୍ଟ ଡିଫେଣ୍ଡର ନନ୍ଦିନୀ ବେହେରା ଏବଂ ବେଷ୍ଟ ଅଲରାଉଣ୍ଡର ଭାବେ ମୁଣ୍ଡମରାଇ ଏଚଏସ୍ଏସ୍ ଦଳର ଖେଳାଳି ରାଣୀ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ପରିଚାଳନା କରିଥିଲା ବେଳେ ଜଗନ୍ନାଥ ମହାନ୍ତି, ବାଦଲ ସ୍ବାଇଁ, ବିଭୁ ବେହେରା, ରବିନ୍ଦ୍ର ବେହେରା, ସୁଜଲ ପଟିଆ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।


