ସ୍ୱାଭିମାନ କ୍ଲବ ତରଫରୁ ୭୬ ତମ ସମ୍ବିଧାନ ଦିବସ ଧୂମଧାମ ରେ ପାଳନ

ଆଜତକ ଓଡ଼ିଶା
0

ଧର୍ମଗଡ : ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିଲିଚିଲା ଆମ୍ବେଦକର ନଗର ରେ ସ୍ୱାଭିମାନ କ୍ଲବ ତରଫରୁ ୭୬ ତମ ସମ୍ବିଧାନ ଦିବସ ଧୂମଧାମ ରେ ପାଳନ କରାଯାଇଥିଲା ସ୍ୱାଭିମାନ କ୍ଲବ ର ନେତୃତ୍ୱ ରେ ସର୍ବପ୍ରଥମେ ଭଗବାନ ବୁଦ୍ଧଦେବ ଓ ବାବାସାହେବ ଆମ୍ବେଦକର ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ଜ୍ୱ ଲନ କରି ବାବା ସାହେବ ଆମ୍ବେଦକର ଙ୍କ ଲିଖିତ ଭାରତୀୟ ସମ୍ବିଧାନ ଉପରେ ବିସ୍ତୃତ ଭାବରେ ଅତିଥି ମାନେ ଅଭିଭାଷଣ ରଖି ଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବରେ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ବୀରକିଶୋର ନାଏକ ସମ୍ମାନିତ ଅତିଥିଭାବେ ସୁଶାନ୍ତ କୁମାର ସାଗର, କୁମୁଦ ଚନ୍ଦ୍ର ସାଗର ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆମ୍ବେଦକର ବାଦୀ ତଥା ଭାରତୀୟ ମିଳିତ ଆନ୍ଦୋଳନ ଅର୍ଗlନାଇ ଜର କଳାହାଣ୍ଡି ଧିମାନ ବିରଞ୍ଚି ମହାନନ୍ଦ ଭବାନୀପାଟଣା ଓ ସ୍ୱାଭିମାନ କ୍ଲବ ର ସଭାପତି ଲାବଣ୍ୟ ନାଏକ ଉପସଭାପତି ମୁକୁନ୍ଦ ଜାଲ ସମ୍ପାଦକ ମଳୟ ନାଏକ ମଧୁସୂଦନ ଜାଲ, ଜନ୍ମେଜୟ ନାଏକ, ମୁକୁନ୍ଦ ଚନ୍ଦ୍ର ସାଗର, ମଧୁସୂଦନ ନାଏକ, ମଞ୍ଚ ପରିଚାଳନା ଧର୍ମେନ୍ଦ୍ର କୁମାର ଧଙ୍ଗଡାମାଝୀ, କରିଥିଵା ବେଳେ ସମାଜ ସେବି କ୍ଷୀରସିନ୍ଧୁ ନାଏକ, ବବ୍ଲୁ ସାଗର ଓ ଅନ୍ୟ ମାନେ ଉପସ୍ଥିତ ରହି ସଂନ୍ଧ୍ୟା କାଳୀନ କାର୍ଯ୍ୟକ୍ରମ କୁ ଧନ୍ୟବାଦ ଦେଇ ସଭା ଟି କୁ ସାଙ୍ଗ କରାଯାଇ ଥିଲା ।

Post a Comment

0 Comments

Please Select Embedded Mode To show the Comment System.*

3/related/default