ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଶୁଭଙ୍କର ମିଶ୍ରା। ପୁରୀଶ୍ରୀମନ୍ଦିରକୁ ନେଇ ଦେଲେ ବିବାଦୀୟ ଟିପ୍ପଣୀ

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ଶୁଭଙ୍କର ମିଶ୍ରା। ପୁରୀଶ୍ରୀମନ୍ଦିରକୁ ନେଇ ଦେଲେ ବିବାଦୀୟ ଟିପ୍ପଣୀ। ମନ୍ଦିର ଉପରେ ଲଗାଇଲେ ବଡ଼ ଆରୋପ। କୌଣସି ପ୍ରେମୀଯୁଗଳ ଯଦି ମନ୍ଦିର ଯାନ୍ତି ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ ବୋଲି ନିଜ ପଡ୍‌କାଷ୍ଟରେ କହିଛନ୍ତି ଶୁଭଙ୍କର। ବଡ଼ ବଡ଼ ଚ୍ୟାନେଲରେ ନିଉଜ୍ ଆଙ୍କର ଭାବେ କାମ କରିସାରିଥିବା ଶୁଭଙ୍କରଙ୍କ ଏଭଳି ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସେପଟେ ଶ୍ରୀମନ୍ଦିର ପ୍ରସଙ୍ଗରେ ସୋସିଆଲ ମିଡିଆରେ ଭୁଲ୍ ଉପସ୍ଥାପନ କରିବାରୁ ଭକ୍ତ, ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଵେ ତେଵେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ । ତା ସହ ସେମାନେ କେବେ ବି ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ ବୋଲି କହିଛନ୍ତି ଶୁଭଙ୍କର ।

Post a Comment

0 Comments

Please Select Embedded Mode To show the Comment System.*

3/related/default