ନୂଆପଡା ଜିଲ୍ଳାପାଳଙ୍କ ଦ୍ଵାରା ପରିବହନ ବିଭାଗ ପକ୍ଷରୁ "ଶୂନ୍ୟ ମୃତାହତ ପକ୍ଷ ପାଳନ" ଅବସରରେ ଆୟୋଜିତ ରାଲି ର ଶୁଭାରମ୍ଭ
Thursday, November 27, 2025
0
ନୂଆପଡା : (ବିରବଲ ପ୍ରଧାନ) ନୂଆପଡା ଜିଲାପାଳ ମଧୁସୂଦନ ଦାଶ ଆଜି ପରିବହନ ବିଭାଗ ପକ୍ଷରୁ "ଶୂନ୍ୟ ମୃତାହତ ପକ୍ଷ ପାଳନ "ଅବସରରେ ଅନୁଷ୍ଠିତ ଏକ ରାଲିକୁ ଉଦ୍ଘାଟନ କରିଥିଲେ । ଦିନ ସକାଳ ୧୦:୩୦ ଘଟିକା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ନୂଆପଡା ଠାରୁ ଆରମ୍ଭ ହୋଇ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ଏବଂ ପୁନର୍ବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ଜନସାଧାରଣ ମଧ୍ୟରେ ସଡକ ସୁରକ୍ଷା ସଚେତନତା ପାଇଁ ଏହି ପଦଯାତ୍ରାକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରି ଥିଲେ । ଏଥିରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଏହି ପଦଯାତ୍ରା ରେ ଅଂଶଗ୍ରହଣ କରି ଥିଲେ । ଏହା ସହିତ ପଥପ୍ରାନ୍ତ ନାଟକ ଦ୍ଵାରା ଜନସଚେତନତା ସୃଷ୍ଟି କରାଯାଇଥିଲା । ଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଂଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣାଙ୍କ ଦ୍ଵାରା ୨୬ ତାରିଖ ଦିନ ଖରିଆର ରୋଡ଼ ସ୍ଥିତ ନବୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷା ବିଭିନ୍ନ ଦିଗ ବିଷୟରେ ସଚେତନ କରାଯାଇଥିଲା । ଜିଲ୍ଲାପାଳଙ୍କ ଉପସ୍ଥିତି ଏବଂ ମୂଲ୍ୟବାନ ଉପଦେଶ ଓ ପରାମର୍ଶ କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ୍ ଦିଗ ଦର୍ଶନ ଦେଇଥିଲା



