ମୁରିବାହାଲ,୨୮।୧୧ (ନ୍ୟୁଜ ବ୍ୟୁରୋ) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବିଇଓଙ୍କ କାର୍ଯ୍ୟାଳୟଠାରେ ଆଜି ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସକରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ପାଳନ ସମାରୋହ ୨୦୨୫ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଏସଏସଓ ରିଙ୍କୁ ମେହେର ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଆରସିସି କୈଳାଶ ଭୋଇ, ଏବିଓ କାନ୍ତାରାମ ଧରୁଆ, ଜୟଗୋପାଳ ଷଡ଼ଙ୍ଗୀ, ନବୀନ ସାହୁ, ରୁପେଶ ଶାଣ୍ଢ, ଯୁଧିଷ୍ଠିର ପଧାନ, ଇନ୍ଦ୍ରମଣି ମୁଦୁଲି, ଅଶୋକ ସାହୁ, ଛବିଲାଲ ସାହୁ, ମୁରିବାହାଲ ବ୍ଳକର ଭିନ୍ନକ୍ଷମ ସଭାପତି ଅନନ୍ତରାମ ପଧାନ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ ର ପ୍ରତିଯୋଗିତା ରେ ସ୍ପୁନ ରେସ କନିଷ୍ଠ ରେ ୧ମ ସ୍ଥାନ ରେ ମୁରିବାହାଲ ସ୍କୁଲ ର ପରମେଶ୍ୱର ପଧାନ, ୨ୟ ସ୍ଥାନ ରେ ଦୀପକ ନାଗ ଦେବଙ୍ଗ ସ୍କୁଲ, ୩ୟସ୍ଥାନ ରୋହିତ ପଗନିଆ ମୁରିବାହାଲ ସ୍କୁଲ ଅଧିକାର କରିଥିବା ବେଳେ ବରିଷ୍ଠ ରେ ମୁରିବାହାଲ ସ୍କୁଲ ର ୧ମ ସ୍ଥାନରେ ସ୍ୱସ୍ତିକ ତରିଆ, ୨ୟ ସ୍ଥାନରେ ଆଦର୍ଶ ବଘାର ୩ୟ, ସ୍ଥାନରେ ଯୋଗେନ୍ଦ୍ର ନାଗ ଅଧିକାର କରିଥିଲେ, ମ୍ୟୁଜିକ ଚେୟାର ରେ କନିଷ୍ଠରେ ୧ମ ସ୍ଥାନ କସ୍ତୁରୀ ମହାରଣା ମୁରିବାହାଲ ସ୍କୁଲ, ୨ୟ ସ୍ଥାନ ଦୀପକ ନାଗ ଦେବଙ୍ଗ ସ୍କୁଲ, ୩ୟ ସ୍ଥାନ ରୋଜି ଷଣ୍ଡ ମୁରିବାହାଲ ସ୍କୁଲ ଅଧିକାର କରିଥିବାବେଳେ, ବରିଷ୍ଠ ରେ ୧ମ ସ୍ଥାନ ରମାକାନ୍ତ ସୁନାନୀ ଚଲକି ସ୍କୁଲ, ୨ୟ ସ୍ଥାନ ଯୋଗେନ୍ଦ୍ର ନାଗ ମୁରିବାହାଲ ସ୍କୁଲ, ୩ୟ ସ୍ଥାନ ସ୍ୱସ୍ତିକ ତେରିଆ ମୁରିବାହାଲ ସ୍କୁଲ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ ଆସନ୍ତା ଡିସେମ୍ବର ୩ ତାରିଖ ଦିନ ବିଶ୍ୱ ଭିନ୍ନକ୍ଷମ ଦିବସ ବଲାଙ୍ଗିରରେ ହେଉଥିବା କାର୍ଯ୍ୟକ୍ରମ ରେ ଏହି କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯିବ ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି ଓ ଅଫିସ କର୍ମଚାରୀ ପ୍ରମୁଖଙ୍କ ସାମିଲ ହୋଇଥିଲେ ।
ମୁରିବାହାଲରେ ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା
Friday, November 28, 2025
0

Tags