କଣ୍ଟାମାଳତା୨୮/୧୧ (ମନଧର କର୍ମୀ) କଣ୍ଟାମାଳ ବ୍ଲକ ର ସ୍ଥାନୀୟ ହାଇସ୍କୁଲ ପଡିଆ, ପଞ୍ଚାୟତ କଲେଜ ପଡିଆ ଓ ଋଣ୍ଡିମହୁଲ ପଞ୍ଚାୟତ ର ବାଲିଜୋରୀ ପଡିଆ ଠାରେ ଆଜି ଦ୍ୱିତୀୟ ଦିନ ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଲୋକସଭା ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ କଣ୍ଟାମାଳ ବ୍ଲକ ପ୍ରତିନିଧି ଦୀପକ ବାରିକଙ୍କ ସଂଯୋଜନା ରେ ଅନୁଷ୍ଠିତ ବ୍ଲକସ୍ତରୀୟ ସାଂସଦ ଖେଳ ଉତ୍ସବର ଦ୍ୱିତୀୟ ଦିବସର ଖେଳ ପ୍ରତିଯୋଗିତା ଉତ୍ସବରେ ସମାଜସେବୀ ଶ୍ରୀକାନ୍ତ ମିଶ୍ର ମୁଖ୍ୟଅତିଥି ଓ ଆଇନଜୀବୀ ଯଦୁଵିହାରୀ ବାଘ,ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଜ୍ଞାନ ରଞ୍ଜନ ପ୍ରଧାନ, ସାମ୍ବାଦିକ ଦେବାଶିଷ ମଲିକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଖେଳାଳି ମାନଙ୍କ ସହ କରମର୍ଦ୍ଦନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହିଅବସରରେ କ୍ରିକେଟ, ଫୂଟବଲ, ଭଲିବଲ, ବ୍ୟାଡ଼ମିଣ୍ଟନ, ପୁଚି ଖେଳ, ଚେସ, କବାଡି, ଖୋ ଖୋ, ଆଦି ପ୍ରତିଯୋଗିତା ହୋଇଥିଲା । ଅନୁଷ୍ଠିତ ଦ୍ୱିତୀୟ ଦିନର ଖେଳ ପ୍ରତିଯୋଗିତାକୁ ସୁଦାମ ମିଶ୍ର, ମକୁନ୍ଦ ସାହୁ, ପ୍ରଦୀପ ପ୍ରଧାନ,ମହେନ୍ଦ୍ର କୁମାର ସାହୁ, ବିଶ୍ୱଜିତ ପ୍ରଧାନ, ଆଦିନାଥ ଦାସ, ପ୍ରଦୀପ ରାଉତ, ଉମାକାନ୍ତ ପଣ୍ଡା, ପଞ୍ଚାନନ ପ୍ରଧାନ ଆଦି ବିଭିନ୍ନ ବିଦ୍ୟାଳୟ ର ଖେଳ ଶିକ୍ଷକ ଖେଳ ପରିଚାଳନା କରିଥିଲେ । ଅନ୍ୟମାନଙ୍କମଧ୍ୟରେ ବିଜେପି ନେତା ଦେବାର୍ଚନ ନାଏକ, , ମଧୁସୁଧନ ବାଘ (ପିଣ୍ଟୁ) ସିପୁନ ସାହୁ, ସୂର୍ଯ୍ୟକାନ୍ତ ଖଟୁଆ,ସମେତ ଅନ୍ୟ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ ବ୍ଲକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ନିରୋଜ ପାତ୍ର, ରୋହିତ ନାୟକ, ମଣ୍ଟୁ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ଏଥିରେ କଣ୍ଟାମାଳ ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ
ଦ୍ୱିତୀୟ ଦିନରେ ବ୍ଲକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ
Friday, November 28, 2025
0

Tags