ଅଞ୍ଚଳବାସୀଙ୍କୁ ମାଝୀ ପରିବାର ତରଫରୁ ଆମ୍ବୁଲାନ୍ସ ପ୍ରଦାନ

ଆଜତକ ଓଡ଼ିଶା
0

ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା
ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ରେ ଅଞ୍ଚଳବାସୀ ଙ୍କ ସୁବିଧା ପାଇଁ ସୁଲଭ ମୂଲ୍ୟ ରେ ସୁବିଧା ଯୋଗାଇ ଦେବା ପାଇଁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି ଆଜି ଝରିଗାଁ ଅଞ୍ଚଳବାସୀ ଙ୍କ ପାଇଁ ଲୋକାର୍ପିତ କରାଯାଇଛି।ଆଉ ଏହିଭଳି ମହାନତା ଦେଖାଇଛନ୍ତି ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝିଙ୍କ ପରିବାର।ଆଜି ମାଝୀ ପରିବାର ଙ୍କ ପକ୍ଷ ରୁ ଭଗବାନ ମାଝୀ ଙ୍କ ସହଧର୍ମିଣୀ ତଥା ପ୍ରଦୀପ ମାଝିଙ୍କ ମାଁ ସୁଭର୍ଣ୍ଣ ପ୍ରସାଦ ମାଝିଙ୍କ ଉଦେଶ୍ୟ ରେ ଝରିଗାଁ ଅଞ୍ଚଳ ବାସୀ ଙ୍କ ସୁବିଧା ପାଇଁ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ପ୍ରଦୀପ ମାଝୀ ଙ୍କ ସାନ ଭାଇ ପ୍ରସନ୍ନ ମାଝୀ ଙ୍କ ପୁଅ ଏବଂ ପ୍ରଦୀପ ମାଝୀ ରିବନ ପିତାକାଟି ଏହି ଆମ୍ବୁଲାନ୍ସ ର ଶୁଭ ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଦୀପ ମାଝୀ ଙ୍କ ବାପା ତଥା ପୂର୍ବତନ ସାଂସଦ ଭଗବାନ ମାଝୀ ଏବଂ ପ୍ରଦୀପ ମାଝିଙ୍କ ସହଧର୍ମିଣୀ ଶୁଶ୍ରୀ ସଂଗୀତା ସାହୁ ଉପସ୍ଥିତ ଥିଲେ। ପ୍ରଦୀପ ମାଝୀ ଙ୍କ ସାନ ଭାଇ ତଥା କୁଟ୍ରିଛାପର ପଞ୍ଚାୟତ ର ସମିତି ସଭ୍ୟ ପ୍ରସନ୍ନ ମାଝୀ ନିଜ ର ମିଳୁଥିବା ଦରମା ପଇସାରୁ ଏହି ଆମ୍ବୁଲାନ୍ସ କିଣି ଦିବଂଗତ ମାଁ ସୁଭର୍ଣ୍ଣ ପ୍ରସାଦ ମାଝୀ ଙ୍କ ଉଦେଶ୍ୟ ରେ ପ୍ରଦାନ କରିଛନ୍ତି। ଏହି ଆମ୍ବୁଲାନ୍ସ ମାଁ ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଛି ଏବଂ ଗରିବ ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ଜନସାଧାରଣ ତେବେ ଏହିଭଳି କାର୍ଯ୍ୟ କୁ ଅଞ୍ଚଳବାସୀ ପ୍ରଂଶସା କରିଥିବା ବେଳେ ଗରିବ ଲୋକ ବହୁ ଉପକୃତ ହେବେ ବୋଲି କହିଛନ୍ତି। ତେବେ ଏହି ଆମ୍ବୁଲାନ୍ସ କୁ ଝରିଗାଁ ବଣିକ ସଂଘ ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ଝରିଗାଁ ବାସୀଙ୍କୁ ସମ୍ପୂର୍ଣ ମାଗଣା ସୁବିଧା ମିଳିବ ଏବଂ ବାହାର ଗାଁ ଲୋକଙ୍କୁ ସୁଲଭ ମୂଲ୍ୟ ରେ ଏହି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବଣିକ ସଂଘ ସଭାପତି ଅନିଲ ଜୈନ।

Post a Comment

0 Comments

Please Select Embedded Mode To show the Comment System.*

3/related/default