ଆସନ୍ତା ୧୭ ରୁ କୁଷ୍ଠ ରୋଗ ନିରାକରଣ ଅଭିଯାନ ଏନେଇ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଆଜତକ ଓଡ଼ିଶା
0

ନୂଆପଡା ଜିଲ୍ଲା ବ୍ୟାପି ଆସନ୍ତା ୧୭. ୧୧. ୨୫ ରୁ ୩୦.୧୧. ୨୫ କୁଷ୍ଠ ରୋଗ ନିରାକରଣ ଅଭିଯାନ ହେବାକୁ ଯାଉଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିନାପାଲି ଆନୁକୂଲ୍ୟରେ ସ୍ଥାନୀୟ ସଭାଗୃହ ଠାରେ ସ୍ୱାସ୍ଥ୍ୟ କର୍ମି ଏବଂ ଆଶା ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଉଯାଇଛି । ୨୦୨୭ ମସିହା ସୁଦ୍ଧାକୁଷ୍ଠ ମୁକ୍ତ ଓଡିଶା କରିବା ଉଦେଶ୍ୟ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉ ଥିବା ବେଳେ ଲୁକ୍କାଇତ ଥିବା କୁଷ୍ଠ ଛଉ ର ଚି଼ହ୍ନଟ ଓ ତାର ଚିକିତ୍ସା, ଜନସାଧାରଣଙ୍କର କୁଷ୍ଠ ରୋଗ ପ୍ରତି ଥିବା ଘୃଣା ଭାବ ଦୂର କରିବା, କୁଷ୍ଠ ସଂକ୍ରମଣ କୁ ରୋକିବା, କୁଷ୍ଠ ରୋଗ ଦ୍ୱାରା ହୋଇଥିବା ବିକଳାଙ୍ଗ ରୋଗୀକୁ ଚି଼ହ୍ନଟ ଏବଂ ତାର ମାଗଣାରେ ଅସ୍ତ୍ରୋପଚାର କରାଇବା ଭଳି ପ୍ରମୁଖ ଆଭିମୁଖ୍ୟ କୁ ଗୁରୁତ୍ୱ ଦିଆ ଯିବ । ଏହି ସଂକ୍ରାନ୍ତ ରେ ୧୭. ୧୧. ୨୫ ଠାରୁ ଆରମ୍ଭ ହୋଇ ୩୦.୧୧.୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଆଶା ଦିଦି ଏବଂ ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ସନ୍ଧେହ ଥିବା ଛଉ ଚି଼ହ୍ନଟ କରି ଡାକ୍ତରଖାନା କୁ ପଠେଇବେ ଏବଂ ଡାକ୍ତର ତାଙ୍କୁ ଜଦି କୁଷ୍ଠ ରୋଗୀ ବୋଲି ଚି଼ହ୍ନଟ କଲେ ରୋଗୀକୁ ଔଷଧ ଦେଇ ଚିକିତ୍ସା କରାଯିବା ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ରହିଛି । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ କୁଷ୍ଠ ରୋଗ ନିରାକରଣ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତନ୍ମୟ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଉଥିବା ବେଳେ ଡିଏଲସି ଡାକ୍ତର ଅନିତା ସାହୁ ସହଯୋଗ କରୁଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default