ଇଭିଏମ୍‌ ଚୋରି ଅଭିଯୋଗରେ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ଇଭିଏମ୍‌ ଚୋରି ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ କରି ଅନ୍ୟ କୌଣସି ସ୍ଥାନରୁ ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନୂଆପଡା ଉପନିର୍ବାଚନରେ ମତଦାନ ପାଇଁ ଅନ୍ୟ କୌଣସି ଜିଲାରୁ ଇଭିଏମ୍‌ ଆସିନାହିଁ । ଗତକାଲି ବିଜେଡି ପକ୍ଷରୁ ଇଭିଏମ ଚୋରିର ଅଭିଯୋଗ ଆସିଥିଲା ।ତେବେ ଅଭିଯୋଗରୁ ଉପରୁ ପରଦା ହଟାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ । ସେ କହିଛନ୍ତି ନିର୍ଦ୍ଧିଷ୍ଟ ଦଳ ପକ୍ଷରୁ ଇଭିଏମ୍ ଚୋରି ନେଇ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ । ଇଭିଏମ୍ ଚୋରି ଅଭିଯୋଗ ଆସିବା ପରେ ନିର୍ବାଚନ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମର ଦୁଇଟି ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବା ଇଭିଏମ୍ ମେସିନର ଯାଞ୍ଚ କରାଯାଇଛି । ଏହା ସହିତ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଇଛି । ସେପରି କିଛି ସତ୍ୟତା ହସ୍ତଗତ ହୋଇ ନାହିଁ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି । ଏପରିକି ଅଭିଯୋଗ ଆଣିଥିବା ଦଳକୁ ଭିଡ଼ିଓ ପ୍ରମାଣ ମଗାଯାଇଥିଲା । ସେ ମଧ୍ୟ ଦୁଇ ଘଣ୍ଟାରେ ଭିଡ଼ିଓ ଦେବେ କହି ଦେଇ ନାହାଁନ୍ତି । ତେଣୁ କୌଣସି ଇଭିଏମ୍ ମେସିନ୍ ଚୋରି ହୋଇନଥିବା କହିଛନ୍ତି ନିର୍ବାଚନ ଅଧିକାରୀ ।

Post a Comment

0 Comments

Please Select Embedded Mode To show the Comment System.*

3/related/default