ନୂଆପଡା ଉପନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଜିଲ୍ଲା ପ୍ରଶାସନ ସହ ଆଭାସୀ ସମୀକ୍ଷା ବୈଠକ

ଆଜତକ ଓଡ଼ିଶା
0

ନୂଆପଡା (ବିରବଲ ପ୍ରଧାନ) ନୂଆପଡା ବିଧାନସଭାମଣ୍ଡଳୀ ଉପନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟି ଶୂନ୍ୟ ଓ ଅତ୍ୟନ୍ତ ସଫଳତାର ସହିତ ଅନୁଷ୍ଠିତ କରାଇବାର ଲକ୍ଷ୍ୟ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଶ୍ରୀ ଆର ଏସ ଗୋପାଳନ୍ (ଭା. ପ୍ର. ସେ) ଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ଉପନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ପ୍ରସ୍ତୁତି ଓ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ବନ୍ଧରେ ସବିଶେଷ ସମୀକ୍ଷା କରିଥିଲେ। ଏହି ବୈଠକରେ ଅତିରିକ୍ତ ଡି ଜି ପି ଶ୍ରୀ ସଞ୍ଜୟ କୁମାର, ଆଇଜି ଶ୍ରୀ ହିମାଂଶୁ ଲାଲ ଏବଂ ନୂଆପଡା ଜିଲ୍ଲାପାଳ ତଥା ଜ଼ିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମଧୁସୂଦନ ଦାଶ ଯୋଗ ଦେଇଥିଲେ। ଜିଲ୍ଲାପାଳ ନିର୍ବାଚନ ଅଧିକାରୀଙ୍କୁ ସମସ୍ତ ପ୍ରସ୍ତୁତି ଯଥା ଭୋଟିଂ ମେସିନ୍, ଭି ଭି ପାଟ ର ସ୍ଥିତି, ଅଧିକାରୀ ମାନଙ୍କୁ ଟ୍ରେନିଂ, ବୁଥ ମାନଙ୍କରେ ଉପଲବ୍ଧ ବିଜୁଳି ପାଣି ଶୌଚାଳୟ ସବୁର ସୁବିଧା, ସମସ୍ତ ବୁଥ୍ ର ୱେବ୍ କାଷ୍ଟିଂ, ECINET ଆପ୍ ର ବ୍ୟବହାର , ୨୪×୭ କଣ୍ଟ୍ରୋଲ ରୁମ୍ ର କାର୍ଯ୍ୟକାରିତା, ବିଭିନ୍ନ କମିଟି ର କାର୍ଯ୍ୟ, ଯାଞ୍ଚ ଓ ତଲାସୀ ଅଭିଯାନ , ସଂବେଦନଶୀଳ ବୁଥ ପରିଚାଳନା,ପୋଷ୍ଟାଲ୍ ବେଲଟ, ଭୋଟ ଗଣତି ଇତ୍ୟାଦି ସମସ୍ତ ବିଷୟର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସବିଶେଷ ଅବଗତ କରିଥିଲେ। ନିର୍ବାଚନ ପାଇଁ ପ୍ରସ୍ତୁତ ସମସ୍ତ ୩୫୮ ଟି ବୁଥ , ୬ ଟି ସଖି ବୁଥ, ୩୯୬ ଟି ପୋଲିଂ ଦଳ, ୩୮ଟି ରିଜର୍ଭ ପୋଲିଂ ଦଳ ପାଇଁ ୧୫୫୨ ଜଣ ପୁରୁଷ ଅଧିକାରୀ ଓ ୩୨ ଜଣ ମହିଳା ଅଧିକାରୀ ନିୟୋଜିତ ହେବା ସୂଚନା ଦେଇଥିଲେ।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ଯେ ନିର୍ବାଚନ ପୂର୍ବରୁ ଜିଲ୍ଲା ବାହାରର ସମସ୍ତ ରାଜନୈତିକ ବ୍ୟକ୍ତି ଜିଲ୍ଲା ଛାଡ଼ିବେ। ମତଦାନ କେନ୍ଦ୍ରର ୨୦୦ ମିଟର ଭିତରେ କୌଣସି ରାଜନୈତିକ ଗତିବିଧି ହେବ ନାହିଁ। କେନ୍ଦ୍ରୀୟ ସୁରକ୍ଷା ବଳ ଙ୍କ ଉପସ୍ଥିତି ରେ ହିଁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଭୋଟ ଗଣତି ଯାଏଁ ଆଦର୍ଶ ଆଚରଣ ବିଧି କଡ଼ା କଡି ପାଳନ ହେବ। ନୀରବ ଅବଧି ବା ସାଇଲେନ୍ସ ପିରିୟଡ଼ ରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ଓ କୌଣସି ସନ୍ଦିଗ୍ଧ ଗାଡ଼ିକୁ ଜିଲ୍ଲା ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଆଇଜି ହିମାଂଶୁ ଲାଲ କହିଲେ ଯେ ଜିଲ୍ଲାର ଶାନ୍ତି ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭାବରେ ନିୟନ୍ତ୍ରଣାଧୀନ ରହିଛି lଆଜିର ଏହି ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ରିଟର୍ଣିଂ ଅଫିସର୍ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରନ୍ , ଡେପୁଟି କଲେକ୍ଟର ନିର୍ବାଚନ, ଶେଖ୍ ନସିମ , ତହସିଲଦାର ପ୍ରଣବ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ lଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରି ଉପନିର୍ବାଚନ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ଅନୁଷ୍ଠିତ କରି ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ୍ ପରାମର୍ଶ ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default