ବେଲପଡା କଲେଜରେ ବନ୍ଦେ ମାତରମ ପାଳିତ

ଆଜତକ ଓଡ଼ିଶା
0

ବଲାଙ୍ଗିର :୦୮/୧୧ (ଗଣେଶ ଦାସ) ସ୍ଥାନୀୟ ବେଲପଡା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ କାର୍ଯ୍ୟବାହୀ ଅଧ୍ୟକ୍ଷ ତନ୍ମୟ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣ-ଶିକ୍ଷକ କର୍ମଚାରୀ ଓ ଶତାଧିକ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ @୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ "ବନ୍ଦେ ମାତରମ" ମହୋତ୍ସବ ପାଳିତ ହୋଇଯାଇଛି ! ଏହି ଉତ୍ସବରେ ମହାବିଦ୍ୟାଳୟର ଆଇକିଉଏସି କୋର୍ଡିନେଟର ମନୋଜ କୁମାର ମହାକୁଡ଼ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ,ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ମୁଖ୍ୟ ବକ୍ତା ଏବଂ ଡ଼ଃ.ଗଙ୍ଗାଧର ଦେହେରୀ, ପ୍ରମୋଦ କୁମାର ବରିହା,ବ୍ରଜମୋହନ ମେହେର ମଞ୍ଚାସିନ ଥିଲେ ! ସଭାକାର୍ଯ୍ୟ ମଧ୍ୟରେ ଜାତୀୟ ସଂଗୀତ "ବନ୍ଦେ ମାତରଂ" ଗାନ କରିବା ସହ ଭାରତ ର ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଶପଥପାଠ କରାଯାଇଥିଲା ! ତାପରେ ବକୃତା,ତର୍କ, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ! ଏ ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ରମାକାନ୍ତ ପୁଟେଲ ସଂଯୋଜନା କରିଥିବା ବେଳେ ବ୍ରଜମୋହନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ !

Post a Comment

0 Comments

Please Select Embedded Mode To show the Comment System.*

3/related/default