ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) କଟକ: ପାଟଣାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲା। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଏବଂ କଣ୍ଟାବାଞ୍ଜି ବିଧାୟକଙ୍କ ନାଁରେ ଚାଲିବ ନିର୍ବାଚନୀ ମାମଲା। ଏହି ନିର୍ବାଚନୀ ମାମଲାକୁ ରଦ୍ଦ ପାଇଁ ପ୍ରାର୍ଥନା କରି ସେ ହାଇକୋର୍ଟରେ ଏକ ଅନ୍ତରୀଣ ପିଟିସନ ରୁଜୁ କରିଥିଲେ। ଏହି ପିଟିସନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।ସେହିପରି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପିଟିସନକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ୨୦୨୪ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ଲକ୍ଷ୍ମଣ ବାଗ୍ ।କେଭି ସିଂହଦେଓଙ୍କ ବିରୋଧରେ ପାଟଣାଗଡ଼ ଏବଂ ଲକ୍ଷ୍ମଣ ବାଗ୍ଙ୍କ ବିରୋଧରେ କଣ୍ଟାବାଞ୍ଜି ବିଧାନସଭା ଆସନରେ ନିର୍ବାଚନ ସମ୍ବନ୍ଧୀୟ ଅନିୟମିତତା ମାମଲା ରୁଜୁ ହୋଇଛି। ଉଭୟ ନେତା ଏହି ମାମଲାଗୁଡ଼ିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏବଂ ବିନା ଶୁଣାଣିରେ ଖାରଜ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ ନକରି ଖାରଜ କରିଦେବା ଫଳରେ ଏବେ ଉଭୟଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲାର ପୂର୍ଣ୍ଣ ଶୁଣାଣି ଚାଲିବ
ଉପମୁଖ୍ୟମନ୍ତ୍ରୀ ଓ କଣ୍ଟାବାଞ୍ଜି ବିଧାୟକଙ୍କ ନାଁରେ ଚାଲିବ ନିର୍ବାଚନୀ ମାମଲା
Friday, November 28, 2025
0

Tags