ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢିଲା ଅଡୁଆ। ମନ୍ମଥଙ୍କ ବିରୋଧରେ ମାମଲା ରୁଜୁ କରିଛି ଭୁବନେଶ୍ୱର ସାଇବର ଥାନା। ବିଜେପି ଲିଗାଲ ସେଲ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପତ୍ତଜନକ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବିଜେପି ଲିଗାଲ ସେଲ। ମାମଲାରେ ମନ୍ମଥଙ୍କ ବିରୋଧରେ ଲାଗିଛି ୫ଟି ଦଫା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଆପତ୍ତଜନକ ମନ୍ତବ୍ୟ ଦେଇଥିବା ନେଇ ବିଜେପି ଲିଗାଲ ସେଲ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ମନ୍ମଥଙ୍କ ବିରୋଧରେ ୫ଟି ଦଫା ଲାଗିଛି। ଏନେଇ ମନ୍ମଥଙ୍କ କିଛି ପ୍ରତିକ୍ରିୟା ମିଳି ପାରିନି ତେବେ ବର୍ତ୍ତମାନ ସେ ମୁମ୍ବାଇରେ ଅଛନ୍ତି, ଭୁବନେଶ୍ବର ପହଂଚିବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବେ ବୋଲି ସୂଚନା ରହିଛି। ସୂଚନା ଥାଉ କି ମନ୍ମଥ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ଯ ମନ୍ତ୍ରୀଙ୍କ ବିରୋଧରେ ଆପତ୍ତି ଓ ଭିତ୍ତିହୀନ କଥା ରଖିଥିଲେ ଯାହାକୁ ନେଇ ବିଜେପି ମିଡିଆ ସେଲ୍ ଗତ ୧୪ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ।
ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢିଲା ଅଡୁଆ। ମନ୍ମଥଙ୍କ ବିରୋଧରେ ମାମଲା ରୁଜୁ କରିଛି ଭୁବନେଶ୍ୱର ସାଇବର ଥାନା
Friday, November 28, 2025
0