ସୁବର୍ଣ୍ଣପୁର: ସୋନପୁର ବ୍ଲକ୍ର ଭୀମଭୋଇ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅଜିତ କୁମାର ରଣା, ସେହିପରି ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷିକା ମଞ୍ଜୁଲତା ରଣା ଓ ତାଙ୍କର ସୁକନ୍ୟା ବୈଷବି ରଣା ବିଶ୍ଵ ସଂସ୍କୃତ ସମ୍ମିଳନୀରେ ଯୋଗଦାନ କରିବା ପାଇଁ ତାମିଲନାଡୁର କୋଏମ୍ବଟୁର ଯାଇଛନ୍ତି। ନଭେମ୍ବର ୭, ୮ ଓ ୯ତାରିଖରେ ୩ ଦିନ ଧରି ଆୟୋଜିତ ହୋଇଥିବା ଏହି ବିଶ୍ଵ ସଂସ୍କୃତ ସମ୍ମିଳନୀ ସଂସ୍କୃତ ଭାରତୀ ଦ୍ୱାରା ଅମୃତା ବିଶ୍ଵ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ଦେଶ ବିଦେଶରୁ ଅନେକ ସଂସ୍କୃତ ପ୍ରେମୀ ଯୋଗଦାନ କରି ସଂସ୍କୃତ ଭାଷାର ପ୍ରାଚୀନତା ଓ ଗରିମାକୁ ଅନୁଭବ କରୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ଏହି ଦମ୍ପତି ସଂସ୍କୃତ ଶିକ୍ଷକ–ଶିକ୍ଷିକାଙ୍କ ଯୋଗଦାନ ଜିଲ୍ଲାର ପାଇଁ ଗର୍ବର ବିଷୟ ହୋଇଛି। ସଂସ୍କୃତ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରତିନିଧିତ୍ୱ ସୋନପୁରକୁ ଏକ ନୂତନ ପରିଚୟ ଦେଇଛି।
ବିଶ୍ଵ ସଂସ୍କୃତ ସମ୍ମିଳନୀରେ ସୁବର୍ଣ୍ଣପୁରର ଦ୍ୱିତୀୟ ଦମ୍ପତି ଶିକ୍ଷକ–ଶିକ୍ଷିକାର ଯୋଗଦାନ
Sunday, November 09, 2025
0

Tags