ତିନି ଶିଶୁ ସମେତ ୫ ଜଣ ଦାଦନ ଶ୍ରମିକ ଉଦ୍ଧାର : ଦୁଇ ଗିରଫ

ଆଜତକ ଓଡ଼ିଶା
0

ବଲାଙ୍ଗିର ୦୯/୧୧ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ତୁରେକେଲା ପୁଲିସ ଆଜି ପେଟ୍ରୋଲିଂ କରୁଥିବା ସମୟରେ ତୁରେକେଲା ଥାନା ଅଂଚଳରୁ ବେଆଇନ ଭାବେ ଚାଲାଣ ହୋଇ ଆସୁଥିବା ଦାଦନ ଶ୍ରମିକ ଥିବା ଖବର ପାଇ ଚଢାଉ କରି ତଦନ୍ତ ପରେ ବିନା ଶ୍ରମ ଲାଇସେନ୍ସରେ ଆନ୍ଦ୍ରପ୍ରଦେଶ ରାଜ୍ୟକୁ ଇଟା ଭାଟିରେ କାମ କରିବାକୁ ଯାଉଥିବା ଜାଣିବାକୁ ପାଇଥିଲା । ୫ ଜଣ ଦାଦନଙ୍କ ମଧ୍ୟରୁ ୧ ପୁରୁଷ, ୧ ଜଣ ମହିଳା ଏବଂ ୩ ଶିଶୁଙ୍କୁ ଉଦ୍ଧାର କରି ବେଲପଡା ଥାନା ପଦ୍ମପୁର (କୁଦୋଭଟା) ଗାଁର ଦାଦନ ସର୍ଦାର ହେମରାଜ କୁମ୍ଭାର (୨୮) ଓ ତୁରେକେଲା ଥାନା ଗଡ଼ଗଡ଼ବାହାଲ ଗାଁର ସହଯୋଗୀ ଡ୍ରାଇଭର ସର୍ଦାର ଲଳିତ ଖୁରାଙ୍କୁ ଗିରଫ କରିଛି । ଉଭୟଙ୍କୁ ଗିରଫ କରି କଣ୍ଟାବାଞ୍ଜି କୋର୍ଟକୁ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default