ଲାୟନ୍ସ କ୍ଲବ୍‌ ଅଫ୍‌ ବାଲେଶ୍ବର ୟୁଥ୍ ପକ୍ଷରୁ ରକ୍ତଦାନ ଶିବିର

ଆଜତକ ଓଡ଼ିଶା
0

ବାଲେଶ୍ୱର,୯/୧୧(ଲକ୍ଷ୍ମୀଧର ବାରିକ): ବାଲେଶ୍ୱର ଜିଲ୍ଲା ରକ୍ତ କେନ୍ଦ୍ରରେ ବି ଓ ଏବି ଗ୍ରୁପ ରେ ରକ୍ତ ଅଭାବ ଥିବା ଜାଣି ଲାୟନ୍ସ କ୍ଲବ୍‌ ଅଫ୍‌ ବାଲେଶ୍ବର ୟୁଥ୍‌ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଜିଲ୍ଲା ରକ୍ତ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା। କ୍ଲବ୍‌ର ସଭାପତି ରାଜୀବ ଖଣ୍ଡେଲୱାଲଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କ୍ଲବର୍ ଉପ ସଭାପତି ଶେଖର ସିଂହାନିଆ, ସମ୍ପାଦକ ଅଙ୍କିତ ଖଣ୍ଡେଲୱାଲ, କୋଷାଧ୍ୟକ୍ଷ ବିନୀତ ମୋରେ, ପୂର୍ବତନ ସଭାପତି ରଞ୍ଜନ ଖଣ୍ଡେଲୱାଲ, ସଭ୍ୟ ଗୌରଭ ରାଠି, ସୌରଭ ଖଣ୍ଡେଲୱାଲ, ଅଙ୍କିତ ପୋଦାର, ପ୍ରତୀକ ଉଦନି, ମୋହିତ ଖଣ୍ଡେଲୱାଲ, କେଶବ ମୋଦି, ଅଜୟ ଅଗ୍ରୱାଲ, ସିଦ୍ଧାର୍ଥ ପଣ୍ଡା, ସୁରଜ୍ ପୋଦାର, ଡାକ୍ତର ସୌମ୍ୟଦେବ ଶତପଥୀ, ଶିଭମ୍ ମାରୁ, ସମ୍ବାଦ ସହର ପ୍ରତିନିଧି ମଳୟ କୁମାର ପରିଡ଼ା ଓ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣ ଆମ ଓଡ଼ିଶା ସଂଯୋଜକ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ। ବାଲେଶ୍ୱର ରକ୍ତ କେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୩୯ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default